vivo ସ୍ମାର୍ଟଫୋନ୍‌ ଏବେ ମାତ୍ର ୧୦୧ ଟଙ୍କାରେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

vivo ସ୍ମାର୍ଟଫୋନ୍‌ ଏବେ ମାତ୍ର ୧୦୧ ଟଙ୍କାରେ !

ନୂଆଦିଲ୍ଲୀ: ନୂଆବର୍ଷ ଓ ଖ୍ରୀଷ୍ଟମାସ ପୂର୍ବରୁ VIVO ନିଜର ସ୍ମାର୍ଟଫୋନ୍‌ରେ ଅଫର୍‌ ଆଣିବାକୁ ଯାଉଛି। ଆଉ ଦିନ କେତେଟା ପରେ ବଜାରକୁ ଆସିବ କମ୍ପାନୀର ନୁଆ ଫୋନ୍‌। ହଜାରେ କି ୫ ହଜାର ନୁହେଁ ଏଥର ଏହି ଫୋନ୍‌ ଆପଣ ହାତେଇପାରିବେ ମାତ୍ର ୧୦୧ ଟଙ୍କାରେ।

ବିଶ୍ୱାସ ହେଉ ନ ଥିଲେ ବି କଥାଟା ନିରାଟ ସତ। ଗ୍ରାହକଙ୍କୁ ଖୁସ୍‌ କରିବା ଆଉ ଭାରତୀୟ ମାର୍କେଟରେ ନିଜ ପାଦ ଦୃଢ କରିବାକୁ କମ୍ପାନୀ ଏମିତି ପଦକ୍ଷେପ ନେଇଛି। ଏହି ସ୍ମାର୍ଟଫୋନ୍‌ରେ Vivo NEX, Vivo V11, V11 Pro, Y83 Pro ମଡେଲ୍‌ ରହିଛି।
ଆପଣ ଏହି ସମସ୍ତ ମଡେଲ୍‌ର ଫୋନ୍‌କୁ ୧୦୧ ଟଙ୍କାରେ କିଣିପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭିଭୋର ଏହି ଅଫର୍‌ ଅନ୍‌ଲାଇନ୍‌ରେ ନୁହେଁ, ଆପଣଙ୍କ ପାଇଁ ଅଫ୍‌ଲାଇନ୍‌ରେ ମଧ୍ୟ ଉପଲବ୍ଧ ହେବ।

ଏହି ଅଫର୍‌ର ନାମ ହେଉଛି, ‘ନ୍ୟୁ ଫୋନ୍‌ ନ୍ୟୁଇୟର୍‌’। ଏହି ଅଫର୍‌ର ବୈଧତା କେବଳ ୪୧ ଦିନ ପର୍ଯ୍ୟନ୍ତ ରହିଛି। ଯାହା ୨୦ ଡିସେମ୍ୱର ୨୦୧୮ରୁ ଆରମ୍ଭ ହୋଇ ୩୧ ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ଚାଲିବ। ଦେଶର ସମସ୍ତ ଅଥରାଇଜଡ୍‌ ଷ୍ଟୋର୍‌ରେ ଆପଣ ଭିଭୋର ଏହି ଫୋନ୍‌କୁ କିଣିପାରିବେ।

ଏହି ଅଫର୍‌ ଅନୁସାରେ, ଗ୍ରାହକ  ୧୦ ହଜାର ଟଙ୍କାରୁ ଅଧିକ ଫୋନ୍‌କୁ ୧୦୧ ଟଙ୍କା ଦେଇ କିଣିପାରିବେ।  କିନ୍ତୁ ଏହାପରେ ଆପଣଙ୍କୁ ୬ଟି କିସ୍ତିରେ ବଳକା ଟଙ୍କା ଦାଖଲ କରିବାକୁ ପଡ଼ିବ।

ଏହି ସମସ୍ତ ସ୍ମାର୍ଟଫୋନ୍‌ କିଣିବା  ପାଇଁ ଆପଣଙ୍କୁ KYCର ଆବଶ୍ୟକତା ରହିଛି। ଏହା ସହିତ ପାନ୍‌ କାର୍ଡ, ଭୋଟର୍‌ ଆଇଡି ଓ ଆଧାର କାର୍ଡ ମଧ୍ୟ ଜରୁରୀ ଅଟେ। ଏହାପରେ ହିଁ ଆପଣ ସ୍ମାର୍ଟଫୋନ୍‌ ଚୟନ କରିପାରିବେ।

ଭିଭୋର ସବୁଠାରୁ ଦାମୀ ଫୋନ୍‌ ହେଉଛି, NEX। ଯାହାର ଦାମ୍‌ ୪୫ ହଜାର ଟଙ୍କା। ଏହି ଫୋନ୍‌ ମଧ୍ୟ ଆପଣ ୧୦୧ ଟଙ୍କାରେ କିଣିପାରିବେ।
‘ନ୍ୟୁ ଫୋନ୍‌ ନ୍ୟୁଇୟର୍‌’ ଅଫର୍‌ ସହିତ କମ୍ପାନୀ ଏଚ୍‌ଡିଏଫ୍‌ସି ଜିରୋ ଡାଉନ୍‌ ପେମେଣ୍ଟ୍‌ ଅଫର୍‌ ମଧ୍ୟ ଦେଉଛି। ଏହା ବ୍ୟତୀତ ଆପଣ ଯଦି କ୍ରେଡିଟ୍‌ କାର୍ଡରେ ସପିଙ୍ଗ୍‌ କରିବେ, ତେବେ ଆପଣଙ୍କୁ ୫ ପ୍ରତିଶତ ଅଧିକ ଡିସ୍‌କାଉଣ୍ଟ୍‌ ପାଇପାରିବେ।



from Odisha Reporter http://bit.ly/2SbIY1K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages