xiaomi ଆଣିଲା ଏହି ଫୋନ୍‌ର ସେଲ୍‌, ରହିଛି ୨ହଜାର ଟଙ୍କାର ରିହାତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

xiaomi ଆଣିଲା ଏହି ଫୋନ୍‌ର ସେଲ୍‌, ରହିଛି ୨ହଜାର ଟଙ୍କାର ରିହାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): xiaomi ଭାରତୀୟ ବଜାରରେ ଏବେ ସବୁଠୁ ଲୋକପ୍ରିୟ ସ୍ମାର୍ଟ ଫୋନ୍‌ କମ୍ପାନୀ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହି କମ୍ପାନୀ ମଝିରେ ମଝିରେ ବିଭିନ୍ନ ଅଫର୍‌ ଆଣିଥାଏ।ଏବେ ପୁଣି ଏକ ଅଫର୍‌ ଆଣିଛି। କମ୍ପାନୀ Redmi 6Aର ସେଲ୍‌ ଘୋଷଣା କରିଛି। ଏହାକୁ ଫ୍ଲାସ୍‌ ସେଲ୍‌ରେ ଅନ୍‌ଲାଇନ୍‌ ସପିଂ ସାଇଟ୍‌ ଆମାଜନ୍‌ ଇଣ୍ଡିଆ ଓ କମ୍ପାନୀର ଅଫିସିଆଲ୍‌ ସାଇଟ୍‌ରେ ବିକ୍ରି କରାଯିବ।

ଏହି ଫୋନ୍‌କୁ ଚଳିତ ବର୍ଷ  ୫,୯୯୯ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା। ଏହା 2GB ରାମ୍‌ ସହ 16GB ଓ  32GB  ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟରେ ଉପଲବ୍ଧ। ତେବେ ଆଜି ସେଲ୍‌ରେ କେବଳ ୧୬ ଜିବି ଭ୍ୟାରିୟାଣ୍ଟ ଉପଲବ୍ଧ ହେବ।

ଏହି ଫୋନ୍‌ ସହ no cost EMIର ଅଫର୍‌ ମଧ୍ୟ ରହିଛି। ଏଥିସହ ରିଲାଏନ୍ସ ଜିଓ ତରଫରୁ ୨,୨୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ଓ 100GB 4G ଡାଟା ମଧ୍ୟ ମିଳିବ।

ଏହି ସ୍ମାର୍ଟ ଫୋନ୍‌ର ସ୍ପେସିଫିକେସନ୍‌ କଥା କହିଲେ, ଏଥିରେ MediaTek Helio A22 ପ୍ରୋସେସର୍‌ ଦିଆଯାଇଛି। ଏହା ଆଣ୍ଡ୍ରଏଡ୍ ୮.୧ ଓରିଓ ଭର୍ସନ୍‌ରେ ଚାଲେ। ଏଥିରେ ୫.୪୫ ଇଞ୍ଚ୍‌ର ଫୁଲ୍‌ HD+ ଡିସ୍‌ ପ୍ଲେ’ ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏଥିରେ ୧୨ ମେଗା ପିକ୍ସେଲ୍‌ର ରିୟର୍‌ ଓ ୫ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ଦିଆଯାଇଛି। ଏଥିରେ 3000mAhର ବ୍ୟାଟେରୀ ରହିଛି।



from Odisha Reporter http://bit.ly/2EYzCU3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages