କଥାବାର୍ତ୍ତା ଆଳରେ ଲକ୍ଷ୍ମୀପ୍ରିୟାଙ୍କୁ ଛାତକୁ ଡ଼ାକି ନେଇଥିଲେ ଲିପୁନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

କଥାବାର୍ତ୍ତା ଆଳରେ ଲକ୍ଷ୍ମୀପ୍ରିୟାଙ୍କୁ ଛାତକୁ ଡ଼ାକି ନେଇଥିଲେ ଲିପୁନ୍‌

କଟକ (ଓଡ଼ିଶା ରିପୋର୍ଟର): ରୂପେଲି ପରଦାରେ ରହସ୍ୟଜନକ ହତ୍ୟାକାଣ୍ଡର ତଦନ୍ତ କରି ବାଃ ବାଃ ସାଉଣ୍ଟିଥିଲେ ଏସିପି ନିକିତା। ଆଉ ଆଜି ତାଙ୍କ ମୃତ୍ୟୁ ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇପଡ଼ିଛି। ତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ଏସିପି ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁର ଖୋଳତାଡ଼ କରୁଛି କଟକ କମିଶନରେଟ ପୁଲିସ।

କଟକରେ ଏକ ଘରୋଇ ମେଡିକାଲ୍‌ରେ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ କେମିତି ହେଲା, ତାହା ସନ୍ଦେହ ଘେରରେ ରହିଥିବା ବେଳେ ଲକ୍ଷ୍ମୀପ୍ରିୟାଙ୍କ ବାପା ସନାତନ ବେହେରା ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଝିଅକୁ ଯୋଜନାବଦ୍ଧ ଭାବେ ଛାତରୁ ଠେଲି ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ମୃତ୍ୟୁର ୨୪ ଘଣ୍ଟା ପରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇ ବାପା ସନାତନ କହିଛନ୍ତି ଯେ, ତାଙ୍କ ଜ୍ୱାଇଁ ଲିପନ୍ ସାହୁ ହିଁ ଛାତରୁ ଠେଲି ହତ୍ୟା କରିଛନ୍ତି। କୋଳରେ ୫ ମାସର ଏକ ପୁତ୍ର ସନ୍ତାନ ଥାଉ ଥାଉ ଝିଅ ଲକ୍ଷ୍ମୀପ୍ରିୟା କାହିଁକି ଆତ୍ମହତ୍ୟା କରିବ ବୋଲି ପ୍ରଶ୍ନ କରିଛନ୍ତି ବାପା ସନାତନ।

ଲକ୍ଷ୍ମୀପ୍ରିୟାଙ୍କ ବାପା ଏତଲାରେ ଦର୍ଶାଇଛନ୍ତି ଯେ, ବିବାହ ପରେ ଲକ୍ଷ୍ମୀପ୍ରିୟା ଓ ତାଙ୍କ ଶାଶୁଘର ମଧ୍ୟରେ ଲାଗିରହିଥିଲା ମନୋମାଳିନ୍ୟ। ବିଭିନ୍ନ ସମୟରେ ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କ ସ୍ୱାମୀ ସହ ମିଶି ଶାଶୂ ଓ ଶ୍ୱଶୁର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ସେଥିପାଇଁ ଶାଶୁଘର ଛାଡ଼ି ଲକ୍ଷ୍ମୀପ୍ରିୟା ବାପାଙ୍କ ଘରେ ରହୁଥିଲେ। ତେବେ ଶୁକ୍ରବାର ରାତିରେ ଜ୍ୱାଇଁ ଲିପନ୍ ଆସିଥିଲେ। କଥାବାର୍ତ୍ତା କରିବାର ଆଳ ଦେଖାଇ ରାତିରେ ଝିଅକୁ ଛାତ ଉପରକୁ ଡାକି ନେଇଯାଇଥିଲେ। ସେଠାରେ କିଛି ସମୟ ଧରି କଥାବାର୍ତ୍ତା ପରେ ଛାତ ଉପରୁ ଲକ୍ଷ୍ମୀପ୍ରିୟାଙ୍କୁ ତଳକୁ ଠେଲି ଦେଇଥିବା ଏତଲାରେ ଦର୍ଶାଇଛନ୍ତି ସନାତନ।

ଗତକାଲି ଚାଉଳିଆଗଞ୍ଜ ଥାନାରେ ସନାତନଙ୍କ ଅଭିଯୋଗ ପରେ ଆଜି ସାଇଣ୍ଟିଫିକ୍ ଟିମ ସହ ଘଟଣାସ୍ଥଳକୁ ଯାଇ ୨ଘଣ୍ଟା ଧରି ପୁଲିସ ଛାନ୍‌ଭିନ୍‌ କରିଛି। ତା’ସହ ଲକ୍ଷ୍ମୀପ୍ରିୟାଙ୍କ ବାପା, ମା ଓ ପଡ଼ୋଶୀଙ୍କୁ ପଚରାଉଚରା କରିଛି। ତେବେ ସ୍ୱାମୀ ଲିପନ୍ ସାହୁ ପୁଲିସ ହେପାଜତରେ ଥିବାରୁ ଓ ତାଙ୍କ ଘରେ ପରିବାର ସଦସ୍ୟ ଅନୁପସ୍ଥିତ ଥିବାରୁ କାହାର କୌଣସି ପ୍ରତିକ୍ରିୟା ମିଳିପାରିନି।



from Odisha Reporter http://bit.ly/2RzH2Tz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages