
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍ଷ୍ଟାଣ୍ଡରେ ଜଣେ ସ୍କୁଲ୍ ଛାତ୍ରଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଓଶ୍ ନନ୍ଦ୍। ତାଙ୍କୁ ଟାଟା ଷ୍ଟିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପିଠି ଓ କାନରେ ଆଘାତ ଲାଗିଛି।
ଓଶ୍ ହେଉଛନ୍ତି ବଡ୍ବିଲ୍ ସ୍ଥିତ ସେଣ୍ଟମେରୀ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର। ଆଜି ସେ ସ୍କୁଲ୍ ଯିବା ପାଇଁ ଯୋଡ଼ା ବସ୍ଷ୍ଟାଣ୍ଡରେ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ତେବେ ସେ ସେମାନଙ୍କୁ ବାଧା ଦେବାକୁ ଉଦ୍ୟମ କରିଥିଲେ। ତେଣୁ ଦୁର୍ବୃତ୍ତମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ତାଙ୍କ କାନ ଓ ପିଠିରେ ଆଘାତ ଲାଗିଛି।
ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2CRoHbf
No comments:
Post a Comment