ରାହୁଲ-ନୀତୀନ କେତେ ଦୂର କେତେ ପାଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ରାହୁଲ-ନୀତୀନ କେତେ ଦୂର କେତେ ପାଖ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ରାଜପଥରେ ଚିତ୍ତାକର୍ଷକ ପରେଡ୍‌ ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ କେନ୍ଦ୍ର ମନ୍ତ୍ରୀ ତତଶ ବରିଷ୍ଠ ବିଜେପି ନେତା ନୀତୀନ୍‌ ଗଡ଼କରୀଙ୍କୁ ଏକାଠି ବସିଥିବାର ଏବଂ ବେଶ୍‌ କିଛି ସମୟ କଥା ହେଥିବାର ଦେଖିବାକୁ ମିଳିଥିଲା। ୨୦୧୯ ସାଧାରଣ ନିର୍ବାଚନ ପାଇଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଏହି ଦୁଇଜଣଙ୍କ ନାମ ଏବେ ବେଶ୍‌ ଚର୍ଚ୍ଚାରେ ରହିଥିଲାବେଳେ ଆଜିର ଏହି ଦୃଶ୍ୟ ବେଶ୍‌ ରୋଚକ ଥିଲା।

ଗତ ଥର ଏହି ଆସନକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। କାରଣ ତାଙ୍କୁ ଗୁଲାମ ନବୀ ଆଜାଦ୍‌ଙ୍କ ପାଖରେ ଚତୁର୍ଥ ଧାଡ଼ିରେ ବସିବାକୁ କୁହାଯାଇଥିଲା। ଏହାକୁ ନେଇ କଂଗ୍ରେସ ବହୁତ ହଙ୍ଗାମା କରିଥିବାବେଳେ ରାହୁଲ କିନ୍ତୁ କହିଥିଲେ ଏହି ଉତ୍ସବରେ ଯୋଗ ଦେବା ତାଙ୍କ ପାଇଁ ବଡ଼ କଥା, ଆସନ ନୁହେଁ।

ତେବେ ଏହି ଦୁଇ ଜଣ ଏକାଠି ବସିବା ଅନ୍ୟ ଏକ ଦୃଷ୍ଟିରୁ ବେଶ୍‌ ଚର୍ଚ୍ଚାରେ। ଗତ ମାସରେ ଏକ ଉତ୍ସବରେ ସେ କହିଥିଲେ ତାଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ରାହୁଲଙ୍କ ଜେଜେ ଜବାହରଲାଲ ନେହରୁଙ୍କ ଭାଷଣ ବେଶ୍‌ ଆକୃଷ୍ଟ କରେ। ଏତଦ୍‌ ବ୍ୟତୀତ ଇନ୍ଦିରା ଗାନ୍ଧିଙ୍କୁ ସେ ମହିଳା ସଶକ୍ତିକରଣର ନମୁନା କହିବାକୁ ପଛାଇନଥିଲେ।

ଏପରିକି ଥରେ ନିଯୁକ୍ତି ପ୍ରସଙ୍ଗକୁ ନେଇ ନୀତୀନ୍‌ଙ୍କ ପ୍ରଶଂସା କରିଥିଲା କଂଗ୍ରେସ। ମରାଠାମାନଙ୍କୁ ନିଯୁକ୍ତିରେ ସଂରକ୍ଷଣ ବାବଦରେ କହିଥିଲେ, ନିଯୁକ୍ତି କାହିଁ ?

କଂଗ୍ରେସ ପକ୍ଷରୁ କୁହାଯାଇଥିଲା, “ପ୍ରଥମ ବିଜେପି ମନ୍ତ୍ରୀ ଭାବରେ ସତ କହିଥିବାରୁ ଏବଂ ସାହାସର ସହିତ ସାଧାରଣ ଜନତାଙ୍କ ପ୍ରଶ୍ନ ଉଠାଇଥିବାରୁ ଆମେ ନୀତୀନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଉଛୁ।” ରାହୁଲ ମଧ୍ୟ ନୀତୀନ୍‌ଙ୍କୁ ଏହି ପ୍ରସଙ୍ଗରେ ପ୍ରଶଂସା କରିଥିଲେ।



from Odisha Reporter http://bit.ly/2B60CO1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages