ଗୋଟିଏ ଦେଶକୁ ଛାଡ଼ି ଆଉ ସବୁଠି ବିଜୟବାନା ଉଡ଼ାଇ ସାରିଛି ଟିମ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ଗୋଟିଏ ଦେଶକୁ ଛାଡ଼ି ଆଉ ସବୁଠି ବିଜୟବାନା ଉଡ଼ାଇ ସାରିଛି ଟିମ୍ ଇଣ୍ଡିଆ

teamindia

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଟେଷ୍ଟ୍ ସିରିଜ୍ ଜିତିଛି। ଏହା ସହିତ ଦଳ ଇତିହାସ ରଚିଛି। ତେବେ ଏବେ ବି ଗୋଟିଏ ଦେଶ ଅଛି, ଯେଉଁଠି ଭାରତ କେବେ ଟେଷ୍ଟ୍ ସିରିଜ୍ ଜିତି ନାହିଁ। ଏହି ଦେଶକୁ ଛାଡ଼ି ଅନ୍ୟସବୁ ଟେଷ୍ଟ୍ ଖେଳୁଥିବା ଦେଶରେ ଟିମ୍ ଇଣ୍ଡିଆ ସିରିଜ୍ ଜିତି ସାରିଛି। ଜାଣନ୍ତି କେଉଁ ଦେଶରେ ଟିମ୍ ଇଣ୍ଡିଆ ଏଯାବତ୍ ଟେଷ୍ଟ୍ ସିରିଜ୍ ଜିତିନି? ଏହାର ଉତ୍ତର ହେଉଛି- ଦକ୍ଷିଣ ଆଫ୍ରିକା।

ajharuddin୧୯୯୨ରେ ପ୍ରଥମେ ଟିମ୍ ଇଣ୍ଡିଆ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାକୁ ଟେଷ୍ଟ୍ ସିରିଜ୍ ଖେଳିବା ପାଇଁ ଯାଇଥିଲା। ଦଳ ସେଠାରେ ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳିଥିଲା। ଏହି ସିରିଜ୍‌କୁ ଦକ୍ଷିଣ ଆଫ୍ରିକା ୧-୦ରେ ଜିତି ଯାଇଥିଲା। ତିନିଟି ମ୍ୟାଚ୍ ଡ୍ର’ ରହିଥିବା ବେଳେ ଗୋଟିଏ ମ୍ୟାଚ୍ ଘରୋଇ ଦଳ ଜିତି ଯାଇଥିଲା।

ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ମୋଟ ୭ ଥର ଟେଷ୍ଟ୍ ସିରିଜ୍ ଖେଳିଛି, କିନ୍ତୁ କେବେ ବି ସିରିଜ୍ ହାତେଇ ପାରିନି। ଦଳ ୬ଟି ସିରିଜ୍‌ରେ ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ୨୦୦୬-୦୭ରେ ଖେଳା ଯାଇଥିବା ସିରିଜ୍ ଡ୍ର’ ରହିଥିଲା।

ଦକ୍ଷିଣ ଆଫ୍ରିକାରେ ଭାରତୀୟ ଦଳ କେବେ ଟେଷ୍ଟ୍ ସିରିଜ୍ ଜିତି ନଥିବା ବେଳେ କିଛି ମ୍ୟାଚ୍ ଜିତିବାରେ ସଫଳ ହୋଇଛି। ୧୯୯୨ରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ପ୍ରଥମ ବିଜୟ ମିଳିଥିଲା ୨୦୦୬ରେ। ସେତେବେଳେ ରାହୁଲ ଦ୍ରାବିଡ଼ ଅଧିନାୟକ ଥିଲେ। ଜୋହାନସ୍‌ବର୍ଗରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଭାରତ ୧୨୩ ରନ୍‌ରେ ଜିତିଥିଲା। ଏଥିରେ ଏସ୍‌. ଶ୍ରୀସନ୍ତ ବଢ଼ିଆ ବୋଲିଂ କରିଥିଲେ। ୨୦୧୧ ଓ ୨୦୧୮ରେ ବି ଭାରତ ମ୍ୟାଚ୍ ଜିତିଥିଲା, କିନ୍ତୁ ସିରିଜ୍ ଜିତିବାରେ ବିଫଳ ହୋଇଥିଲା।

sreesanthଦକ୍ଷିଣ ଆଫ୍ରିକାରେ ଗୋଟିଏ ଇନିଂସ୍‌ରେ ୬୬ ରନ୍ ହେଉଛି ଭାରତର ସର୍ବନିମ୍ନ ସ୍କୋର। ୧୯୯୬ରେ ଡର୍ବାନ୍ ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ଭାରତ ଏହି ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ଓ ଦ୍ୱିତୀୟ ଇନିଂସ୍‌ରେ ଯଥାକ୍ରମେ ୨୩୫ ଓ ୨୫୯ ରନ୍ କରିଥିଲା। ଭାରତ ପ୍ରଥମ ଇନିଂସ୍‌ରେ ୧୦୦ ଓ ଦ୍ୱିତୀୟ ଇନିଂସ୍‌ରେ ୬୬ ରନ୍ କରିବାକୁ ସକ୍ଷମ ହୋଇଥିଲା।



from Odisha Reporter http://bit.ly/2VEgIqR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages