ଗଡ଼ିଲା ‘ରାଜଧାନୀ ଏକ୍ସପ୍ରେସ୍‌’: ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଚାଲିବ ଏହି ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ଗଡ଼ିଲା ‘ରାଜଧାନୀ ଏକ୍ସପ୍ରେସ୍‌’: ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଚାଲିବ ଏହି ବସ୍‌

bus1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ‘ରାଜଧାନୀ ଏକ୍ସପ୍ରେସ୍‌’ ବସ୍‌ ସେବା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଏହି ବସ୍ ସେବାର ଉଦ୍‌ଘାଟନ କରିଛନ୍ତି। ଏହି ବସ୍‌ଗୁଡ଼ିକ ବିଭିନ୍ନ ଜିଲ୍ଲାକୁ ଯାତ୍ରା କରିବ।

ଶୀତତାପ ନିୟନ୍ତ୍ରିତ ଏହି ଡିଲକ୍ସ ବସ୍ ସେବାରେ ବର୍ତ୍ତମାନ ପାଇଁ ରାଜଧାନୀ ଭୁବନେଶ୍ୱରରୁ ୮ଟି ସ୍ଥାନକୁ ‘ରାଜଧାନୀ ଏକ୍ସପ୍ରେସ୍‌’ ଚଳାଚଳ କରିବ।

ଭୁବନେଶ୍ୱରରୁ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରକୁ ଏହି ବସ୍ ଚାଲିବ।

ସେହିପରି ଭୁବନେଶ୍ୱରରୁ ସୁନ୍ଦରଗଡ଼ ଦେଇ ରାଜଗାଙ୍ଗପୁର, ବଲାଙ୍ଗିର ଦେଇ ରାଜଖରିଆର, କରଞ୍ଜିଆ ଦେଇ ଗୋରୁମହିଶାଣି ଓ ସମ୍ବଲପୁର ଦେଇ ବୁର୍ଲାକୁ ମଧ୍ୟ ଏହି ବସ୍ ସେବା ଉପଲବ୍ଧ ହେବ।

ଏହା ସହିତ ୪ଟି ଭଲ୍‌ଭୋ ବସ୍‌ ଚଳାଚଳର ମଧ୍ୟ ଶୁଭାରମ୍ଭ ହୋଇଛି। ଏହା ବସ୍‌ଗୁଡ଼ିକ ଭୁବନେଶ୍ୱରରୁ କୋଲକାତା ଓ ପାରାଦୀପରୁ ବିଜୟଓ୍ୱାଡ଼ା ଯିବ। ଏହି ଏସି ବସ୍‌ରେ ମାଗଣା ଓ୍ୱାଇଫାଇ ଓ ମୋବାଇଲ ଚାର୍ଜିଂ ବ୍ୟବସ୍ଥା ରହିବ। ତା’ସହିତ ଏଗୁଡ଼ିକରେ ସିସିଟିଭି କ୍ୟାମେରା ଓ ଭେହିକିଲ ଟ୍ରାକିଂ ବ୍ୟବସ୍ଥା ରହିବ। ଏହି ବସ୍‌ଗୁଡ଼ିକରେ ଯାତ୍ରା କରିବା ପାଇଁ ଅନ୍ ଲାଇନରେ ବି ଟିକେଟ ବୁକ୍ କରି ହେବ।

ଏହି ଦୁଇ ବସ୍ ସେବା ପାଇଁ ରାଜ୍ୟ ସଡ଼କ ପରିବହନ ନିଗମ ୧୬ କୋଟି ଟଙ୍କାରେ ୨୭ଟି ବସ୍ କିଣିଛନ୍ତି। ଏବେ ରାଜ୍ୟର ୩୦ ଜିଲ୍ଲା ରାଜ୍ୟ ସଡ଼କ ପରିବହନ ନିଗମର ମୋଟ ୪୨୯ଟି ବସ୍ ଚାଲିଛି।



from Odisha Reporter http://bit.ly/2W4dSvc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages