ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ ଶ୍ରେୟ ଦେଲେ ରୋହିତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ ଶ୍ରେୟ ଦେଲେ ରୋହିତ ଶର୍ମା

ହାମିଲଟନ୍‌: ଆଜି ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଭାରତୀୟ କ୍ରିକେଟ୍‌ ଦଳର ନେତୃତ୍ୱ ନେଇଥିବା ରୋହିତ ଶର୍ମାଙ୍କ ପାଇଁ ନିଜର ୨୦୦ତମ ମ୍ୟାଚ୍‌ ସବୁଦିନ ପାଇଁ ମନେ ରହିବ। ନ୍ୟୁଜିଲ୍ୟାଣ୍ଡଠାରୁ ୮ ୱିକେଟ୍‌ରେ ପରାସ୍ତ ହୋଇଛି ଭାରତ। ପରାଜୟ ଯେତିକି ଚିନ୍ତାଜନକ ନଥିଲା, ମାତ୍ର ୯୨ ରନ୍‌ରେ ସୀମିତ ରହିବା ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ପାଇଁ କଷ୍ଟକର ଥିଲା।

ଟପ୍‌ ଅର୍ଡରର ଅମ୍ବାତି ରାୟଡ଼ୁ, ଦୀନେଶ କାର୍ତ୍ତିକ ଏବଂ କେଦାର ଯାଦବ ଅଳ୍ପ ସମୟ ବ୍ୟବଧାନରେ ବିଦାୟ ନେବା ଆରମ୍ଭରୁ ବିପର୍ଯ୍ୟୟକୁ ଡାକିଆଣିଥିବାକୁ ସ୍ୱୀକାର କରି ରୋହିତ କହିଛନ୍ତି, “ଦୀର୍ଘ ଦିନ ପରେ ଏହା ଆମର ସବୁଠାରୁ ଖରାପ ବ୍ୟାଟିଂ ପ୍ରଦର୍ଶନ। ଏହା ଆମର ଆଶା ବାହାରେ ଥିଲା। ଆପଣଙ୍କୁ ନିଶ୍ଚୟ ନ୍ୟୁଜିଲ୍ୟାଣ୍ଡର ବୋଲରଙ୍କୁ ଶ୍ରେୟ ଦେବାକୁ ହେବ। ଚମକପ୍ରଦ ପ୍ରଦର୍ଶନ ଥିଲା, ସେମାନଙ୍କଠାରୁ ଆମକୁ ଶିଖିବାକୁ ହେବ।”

ବ୍ୟାଟ୍ସମ୍ୟାନ୍‌ମାନେ ନିଜେ ନିଜକୁ ଦାୟୀ କରିବା ଆବଶ୍ୟକ। ଏହାର ଯଥାର୍ଥତା ଦର୍ଶାଇବାକୁ ଯାଇ ସେ କହିଥିଲେ, “ଏଭଳି କିଛି ସମୟ ଆସିବ ଯେ, ଆପଣଙ୍କୁ ଚାପ ନେବାକୁ ହେବ। ଆମେ ଏଥିପାଇଁ ନିଜକୁ ଦାୟୀ କରିବାକୁ ହେବ। ସେହି ସ୍ଥିତିରେ ନିଜ ଉପରେ ଚାପ ଆଣିବାକୁ ହେବ। ଏହାପରେ ସବୁକିଛି ସ୍ୱାଭାବିକ ହୋଇଯିବ। ଆମେ ଖରାପ ଶଟ୍‌ ଖେଳିଥିଲୁ। ବଲ୍‌ ସ୍ୱିଙ୍ଗ କରିବା ସମୟରେ ଖେଳିବା ଚ୍ୟାଲେଞ୍ଜିଂ ହୋଇଥାଏ।”



from Odisha Reporter http://bit.ly/2HPmMdk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages