୧୯୪୭ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର ନେତୃତ୍ୱ ନେଇଥିଲେ ଏହି ମହାନ୍‌ ଯୋଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

୧୯୪୭ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର ନେତୃତ୍ୱ ନେଇଥିଲେ ଏହି ମହାନ୍‌ ଯୋଦ୍ଧା

ନୂଆଦିଲ୍ଲୀ: ଆଜି ହେଉଛି ଫିଲ୍‌ଡ ମାର୍ଶାଲ୍‌ କୋଡେଣ୍ଡେରା ମଡାପ୍ପା କରିଅପ୍ପାଙ୍କ ଜନ୍ମଦିନ। ଯାହାଙ୍କୁ ଶ୍ରଦ୍ଧାରେ କେ.ଏମ୍‌ କରିଅପ୍ପା ବୋଲି ଡକାଯାଏ। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯାହାଙ୍କୁ ସ୍ୱାଧୀନ ଭାରତର ସେନା ମୁଖ୍ୟ ଭାବେ ଦାୟିତ୍ୱ ମିଳିଥିଲା। ୧୯୪୯ ମସିହା ଜାନୁଆରୀ ୧୫ ତାରିଖରେ କରିଅପ୍ପା ଭାରତୀୟ ସେନାର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେହିଦିନଠାରୁ ଅର୍ଥାତ୍‌ ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବରେ ପାଳନ କରେ।

ପରାଧୀନ ଭାରତରେ ମଧ୍ୟ ଅନେକ ବର୍ଷ ଧରି ସେ ସେନାର ନେତୃତ୍ୱ ନେଇଥିଲେ। ୧୯୪୭ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ପଶ୍ଚିମ ସୀମାରେ ସେ ଭାରତୀୟ ସେନାର ନେତୃତ୍ୱ ମଧ୍ୟ ନେଇଥିଲେ।
କରିଅପ୍ପାଙ୍କ ଜନ୍ମ ୨୮ ଜାନୁଆରୀ ୧୮୯୯ ମସିହାରେ କର୍ଣ୍ଣାଟକରେ ହୋଇଥିଲା। ସେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ମାଡିକେରୀ ଦ’ ସେଣ୍ଟ୍ରାଲ୍‌ ହାଇସ୍କୁଲ୍‌ରେ କରିଥିଲେ। ୧୯୧୭ରେ ସ୍କୁଲ ପଢ଼ା ସରିବା ପରେ ସେ ମାଦ୍ରାସ୍‌ ପ୍ରେସିଡେନ୍ସି କଲେଜ୍‌ରେ ନାମ ଲେଖାଇଥିଲେ। ଲଣ୍ଡନ୍‌ରେ ଥିବା Imperial Defense College of Camberleyରେ ଟ୍ରେନିଂ ନେଇଥିବା ସେ ହେଉଛନ୍ତି ପ୍ରଥମ ଭାରତୀୟ।

କେ.ଏମ୍‌ କରିଅପ୍ପାଙ୍କ ନାମ ସେହି ଦୁଇ ଅଧିକାରୀଙ୍କ ମଧ୍ୟରେ ରହିଛି, ଯେଉଁମାନେ ଫିଲ୍‌ଡ ମାର୍ଶାଲ୍‌ ପଦବୀ ପାଇଥିଲେ। ଆମେରିକା ରାଷ୍ଟ୍ରପତି ହ୍ୟାରି ଏସ୍‌ ଟ୍ରୁମ୍ୟାନ୍‌ କେ.ଏମ୍‌ କରିଅପ୍ପାଙ୍କ କାମରେ ଖୁସି ହୋଇ ତାଙ୍କୁ ‘Order of the Chief Commander of the Legion of Merit’ ଉପାଧିରେ ସମ୍ମାନିତ କରିଥିଲେ। କରିଅପ୍ପା କ୍ରିକେଟ୍‌, ହକି,ଟେନିସ୍‌ ଖେଳରେ ମଧ୍ୟ ଭଲ ପ୍ରଦର୍ଶନ କରୁଥିଲେ। ଜଣେ ପ୍ରକୃତ ଦେଶଭକ୍ତ ଭାବେ ଦେଶର ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବାରୁ ତାଙ୍କୁ ଭାରତ ସରକାର ୧୯୮୬ ମସିହାରେ ‘ଫିଲଡ୍‌ ମାର୍ଶାଲ୍‌’ ପଦ ପ୍ରଦାନ କରିଥିଲେ।

୧୯୫୩ ମସିହାରେ ଭାରତୀୟ ସେନାରୁ ଅବସର ନେବା ପରେ କରିଅପ୍ପା ନ୍ୟୁଜିଲାଣ୍ଡ୍‌ ଓ ଅଷ୍ଟ୍ରେଲିଆରେ ହାଇ କମିସନର୍‌ ଭାବେ କାର୍ଯ୍ୟ କରିଥିଲେ। ଏହା ମଧ୍ୟ ଶୁଣିବାକୁ ମିଳେ ଯେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର୍‌ଲାଲ୍‌ ନେହେରୁ କେ.ଏମ୍‌ କରିଅପ୍ପାଙ୍କ ପିତାଙ୍କୁ ଭୟ କରୁଥିଲେ କିନ୍ତୁ କରିଅପ୍ପାଙ୍କର ନେହେରୁ ଓ ଇନ୍ଦିରାଙ୍କ ସହିତ ଥିଲା ନିବିଡ଼ ସମ୍ପର୍କ।

ଏ ମହାନ୍‌ ବୀର ଦେଶଭକ୍ତଙ୍କୁ ଆମର ଭକ୍ତପୁତ ଶ୍ରଦ୍ଧାଞ୍ଜଳି।

 



from Odisha Reporter http://bit.ly/2Ulc2o7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages