
ଅନୁଗୋଳ (ବିରଜା ଦାସ): ୨୦୧୮ ମସିହା ମେ’ ୧୮ ତାରିଖରେ ଅନୁଗୋଳ କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ଝସକେତନ ରାଉତ ଓରଫ ଝାଡ଼ୁ ଗିରଫ ହୋଇଛି। ଝସକେତନକୁ ଦେବଗଡ଼ ଜିଲ୍ଲାରୁ ପୁଲିସ୍ ଗିରଫ କରିଛି।
ଗତ ମେ’ ୧୮ ତାରିଖ ଦିନ ପ୍ରାୟ ୧୦ଟା ସମୟରେ ଝସକେତନକୁ ଅନୁଗୋଳ ଜିଲ୍ଲା କୋର୍ଟକୁ ଆଣିଥିଲା ପୁଲିସ୍। ସେଠାରେ ଜଣେ ପୁଲିସ୍ କର୍ମଚାରୀଙ୍କ ମୋବାଇଲ୍ ନେଇ ସେ କଥାବାର୍ତ୍ତା କରିଥିଲା। ଏହାପରେ ପରିସ୍ରା ଯିବା ଆଳରେ ସେ ଫେରାର ହୋଇଯାଇଥିଲା।
ଚାରି ଜଣଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍ ଝସକେତନଙ୍କୁ ଗିରଫ କରିଥିଲା।
ସୂଚନା ଅନୁସାରେ, ଝସକେତନ ୨୦୧୬ ମସିହା ଫେବ୍ରୁଆରୀ ୪ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲା। ସେମାନେ ହେଲେ ଯୋଗେଶ୍ୱର ସାହୁ ଓ ହରିଣାକ୍ଷ୍ୟ ସାହୁ।
ସେହିଭଳି ୨୦୧୫ ମସିହା ମେ’ ୨୨ ତାରିଖରେ ଛେଣ୍ଡିପଦ ଥାନା କୁକୁରପେଟା ଗାଁର ଅବଳା ଗଡ଼ନାୟକ ଓ ତାଙ୍କ ପୁତୁରା କୁମୁଦ ସାହୁଙ୍କୁ ମଧ୍ୟ ସେ ହତ୍ୟା କରିଥିଲା। ଝସକେତନ ଦ୍ୱାର ପରିଚାଳିତ ଶିଶୁ ବିଦ୍ୟାମନ୍ଦିରରେ କୁମୁଦ ସାହୁ ଶିକ୍ଷକତା କରୁଥିଲେ। କୁମୁଦଙ୍କ ମାଉସୀ ଅବଳା ଗଡ଼ନାୟକଙ୍କ ଠାରୁ ଝସକେତନ ସୁଧ ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ନେଇଥିଲା। ଟଙ୍କା ମାଗିବାରୁ ସେ ଉଭୟ ମାଉସୀ-ପୁତୁରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଶିଶୁ ବିଦ୍ୟାମନ୍ଦିର ପରିସରରେ ପୋତି ଦେଇଥିଲା।
ଦୁଇ ଯୁବକଙ୍କ ହତ୍ୟା ମାମଲାରେ ପୁଲିସ୍ ଝସକେତନକୁ ୨୦୧୬ ମସିହା ଫେବ୍ରୁଆରୀ ୧୧ ତାରିଖରେ ଗିରଫ କରିଥିଲା। ତେବେ ଜେରା ବେଳେ ସେ କୁମୁଦ ଓ ଅବଳାଙ୍କୁ ବି ମାରିଥିବା ସ୍ୱୀକାର କରିଥିଲା। ସେ ଅନୁଗୋଳ ଜେଲ୍ରେ ବିଚାରାଧୀନ ବନ୍ଦୀ ଭାବେ ସଜା କାଟୁଥିଲା।
from Odisha Reporter http://bit.ly/2TweXtH
No comments:
Post a Comment