ଚାଷୀ ସମସ୍ୟା ପ୍ରସଙ୍ଗରେ ସିପିଏମର ରାଜଭବନ ସମ୍ମୁଖରେ ଧାରଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଚାଷୀ ସମସ୍ୟା ପ୍ରସଙ୍ଗରେ ସିପିଏମର ରାଜଭବନ ସମ୍ମୁଖରେ ଧାରଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ସମସ୍ୟା ପ୍ରସଙ୍ଗରେ ଆଜି ରାଜଭବନ ସମ୍ମୁଖରେ ସିପିଆଇ(ଏମ୍) ପକ୍ଷରୁ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। କୃଷି ଋଣ ଛାଡ଼, ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ବୋନସ, ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା ଓ ସରକାରୀ ସୁବିଧା ପ୍ରଦାନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାର ଟଙ୍କାକୁ ବୃଦ୍ଧି ସହ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ କରିବା ଦାବିରେ ରାଜ୍ୟପାଳଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସିପିଆଇ(ଏମ୍) ରାଜ୍ୟ କମିଟି ପକ୍ଷରୁ ବରିଷ୍ଠ ନେତା ଜଗନ୍ନାଥ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଗଣଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ବରିଷ୍ଠ ନେତା ଜନାର୍ଦ୍ଦନ ପତି, ଶିବାଜୀ ପଟ୍ଟନାୟକ, ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ, ନିର୍ମଳ ନାୟକ, ପୁଷ୍ପା ଦାଶ ପ୍ରମୁଖ ଉଦବୋଧନ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ କଡ଼ା ସମାଲୋଚନା କରିଥିଲେ। ସ୍ୱାମୀନାଥନ୍ ରିପୋର୍ଟକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ ନକରିବା ଓ ଓଡ଼ିଶା ସରକାର ଚାଷୀଙ୍କୁ ଧାନ ଉପରେ ବୋନସ ପ୍ରଦାନ ନକରିବାକୁ ନେଇ ସେମାନେ ତୀବ୍ର ସମାଲୋଚନା କରିଥିଲେ। ଚାଷୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଯଦି ତୁରନ୍ତ କୃଷିଋଣ ଛାଡ଼ ସହ ବୋନସ ପ୍ରଦାନ ଓ ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା ନଦେବେ ତା’ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସିପିଏମ୍ ନେତାମାନେ ଚେତାବନୀ ଦେଇଛନ୍ତି।

ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା ଜମେଶ୍ୱର ସାମନ୍ତରାୟ, କୈଳାସ ଷଡ଼ଙ୍ଗୀ, ଭୀମସେନ ସ୍ୱାଇଁ, ଶରତ ବେହେରା, ବଦ୍ରିନାରାୟଣ ଦାସ, ଯତୀନ ମହାନ୍ତି, ଅଭିରାମ ବେହେରା, ତାପସୀ ପ୍ରହରାଜ,କିଶୋର ଜେନା,ପୂର୍ଣ୍ଣଚନ୍ଦ୍ର ରାଉତ,ମୀନା ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଦଳ ପକ୍ଷରୁ ୫ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ୍ ରାଜଭବନକୁ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଦାବି ସମ୍ବଳିତ ସ୍ମାରକପତ୍ର ଦେଇଥିଲେ।



from Odisha Reporter http://bit.ly/2F8iAmK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages