ପ୍ରଣୟ ସାହୁ କଂଗ୍ରେସ ଛାଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ପ୍ରଣୟ ସାହୁ କଂଗ୍ରେସ ଛାଡ଼ିଲେ

congress

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ନେତା ପ୍ରଣୟ ସାହୁ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

ଗତବର୍ଷ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ-ନିର୍ବାଚନରେ ସେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ଏଥିରେ ତୃତୀୟ ସ୍ଥାନରେ ରହିଥିଲେ। ତାଙ୍କୁ ମାତ୍ର ୧୦,୨୭୪ ଖଣ୍ଡ ଭୋଟ୍ ମିଳିଥିଲା। ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧ ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ।

ଇସ୍ତଫା ଦେବା ପରେ ପ୍ରଣୟ କହିଛନ୍ତି, ଉପ-ନିର୍ବାଚନରେ ପରାଜୟର କାରଣ ଖୋଜିବାକୁ ସମୀକ୍ଷା କରିବାକୁ ଦଳୀୟ ନେତୃତ୍ୱଙ୍କୁ କହିଥିଲି। କିନ୍ତୁ ସମୀକ୍ଷା ହେଲା ନାହିଁ। କଂଗ୍ରେସ ପୁନର୍ବିନ୍ୟାସରେ ବି ମୋର କିଛି ଭୂମିକା ରହିଲାନି। ତେଣୁ ଇସ୍ତଫା ଦେଲି।

ବିଜେଡିରେ ଯୋଗଦେବେ କି ବୋଲି ପଚରାଯିବାରେ ସେ କହିଛନ୍ତି, ଏନେଇ କିଛି ନିଷ୍ପତ୍ତି ହୋଇନି। ଆଜି ଭିତରେ ଏ ନେଇ ନିଷ୍ପତ୍ତି ହେବ।

ସେ ଆହୁରି କହିଛନ୍ତି, ବିଜେଡିରୁ ଅଫର ଆସିଥିଲା। ଦଳରେ ମିଶିବାକୁ ଅନୁରୋଧ କରାଯାଇଥିଲା। ୧୫ ଦିନ ତଳେ ବି ଏନେଇ କଥାବାର୍ତ୍ତା ହୋଇଥିଲେ।
ସୂଚନାଯୋଗ୍ୟ, ନିକଟରେ ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଛାଡ଼ି ଥିଲେ। ତା’ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ କଂଗ୍ରେସ ସସ୍‌ପେଣ୍ଡ କରାଯାଇଥିଲା। ତା’ପରେ ସେ ଦଳରୁ ଇସ୍ତଫା ଦେଇଥିଲେ। ସେହିଭଳି ଜୟଶ୍ରୀ ପଟ୍ଟନାୟକ ବି ଦଳ ଛାଡ଼ିଛନ୍ତି। ସେ ରାଜ୍ୟ ମହିଳା କଂଗ୍ରେସର ଉପ-ସଭାନେତ୍ରୀ ଥିଲେ। ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ବିଧାୟକ ନବ ଦାସ ୨୪ ତାରିଖରେ ବିଜେଡିରେ ମିଶିବେ।



from Odisha Reporter http://bit.ly/2CAYJsm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages