ଭାରତୀୟ ନାଗରିକତା ଛାଡ଼ିଦେଲେ ମେହୁଲ ଚୋକ୍ସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ଭାରତୀୟ ନାଗରିକତା ଛାଡ଼ିଦେଲେ ମେହୁଲ ଚୋକ୍ସୀ

ନୂଆଦିଲ୍ଲୀ: ସବୁଠୁ ବଡ଼ ବ୍ୟାଙ୍କ ଘୋଟାଲା ମାମଲାରେ ଅଭିଯୁକ୍ତ ହୀରା ବେପାରୀ ମେହୁଲ ଚୋକ୍ସୀ ଏବେ ଆଉ ଭାରତୀୟ ନାଗରିକ ନୁହନ୍ତି। ଚେକ୍‌ସି ଆଜି ନିଜ ଭାରତୀୟ ପାସପୋର୍ଟକୁ ସରେଣ୍ଡର କରିଦେଇଛନ୍ତି।  ଚୋକ୍ସି ଆଣ୍ଟିଗୁଆ ହାଇ କମିଶନ୍‌ରେ ତାଙ୍କ ପାସପୋର୍ଟ ଜମା କରାଇଛନ୍ତି। ମେହୁଲ ଚୋକ୍ସି ଓ ତାଙ୍କ ଭଣଜା ନିରବ ମୋଦି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ପ୍ରାୟ ୪ ହଜାର କୋଟି ଟଙ୍କାର ଋଣ ନେଇ ଫେରାର୍‌ ହୋଇଯାଇଥିଲେ।
ଭାରତୀୟ ନାଗରିକତା ଛାଡ଼ିବା ପାଇଁ ଚୋକ୍ସିଙ୍କୁ ୧୧୭ ୟୁଏସ୍‌ ଡଲାର୍‌ର ଏକ ଡ୍ରାଫ୍ଟ ଜମା କରିବାକୁ ପଡ଼ିଥିଲା। ଏହା ଚୋକ୍‌ସିଙ୍କର ପ୍ରତ୍ୟର୍ପଣରୁ ବଞ୍ଚିବା ପାଇଁ ଉଦ୍ୟମ ମାତ୍ର ବୋଲି ଚର୍ଚ୍ଚା ହେଉଛି। ତାଙ୍କ ପ୍ରତ୍ୟର୍ପଣ ମାମଲା ‌ଏବେ ଆଣ୍ଟିଗୁଆ ହାଇକୋର୍ଟରେ ଚାଲିଛି। ଚୋକ୍ସି ୨୦୧୭ରୁ ହିଁ ଆଣ୍ଟିଗୁଆର ନାଗରିକତା ନେଇସାରିଥିଲେ ଓ ଗତ ୧ ବର୍ଷ ହେବ ସେ ସେଠାରେ ହିଁ ରହୁଛନ୍ତି। ତେବେ ମେହୁଲ ଚୋକ୍ସି ଭାରତର ଜଣେ ଅପରାଧୀ, ତେଣୁ ତାଙ୍କର ପ୍ରତ୍ୟର୍ପଣ ପ୍ରକ୍ରିୟା ସହ ତାଙ୍କ ନାଗରିକତାର କୌଣସି ସମ୍ପର୍କ ନାହିଁ। ତେଣୁ ନାଗରିକତା ଯେଉଁଠିକାର ବି ହେଉ, ଜଣେ ଅପରାଧୀ ହୋଇଥିବା କାରଣରୁ ମେହୁଲ ଚୋକ୍ସିଙ୍କର ପ୍ରତ୍ୟର୍ପଣ କରାଯାଇପାରିବ। ଅନ୍ତଃରାଷ୍ଟ୍ରୀୟ ନିୟମ ଅନୁଯାୟୀ ଯେ କୋୖଣସି ଦେଶର ଅପରାଧୀଙ୍କୁ କୌଣସି ବି ଦେଶକୁ ପ୍ରତ୍ୟର୍ପଣ କରାଯାଇପାରିବ। ତେଣୁ ଏହି ନିୟମ ମେହୁଲ ଚୋକ୍ସିଙ୍କ ଉପରେ ମଧ୍ୟ ଲାଗୁ ହେବ। 


from Odisha Reporter http://bit.ly/2HjGTzQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages