ପ୍ରେମିକା ସହ ଭାବ ବଢ଼ାଇବାରୁ ଭଣଜାକୁ ମାରି ବାଲ୍‌କୋନୀରେ ପୋତି ଦେଇଥିଲା ଇଞ୍ଜିନିୟର ମାମୁଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ପ୍ରେମିକା ସହ ଭାବ ବଢ଼ାଇବାରୁ ଭଣଜାକୁ ମାରି ବାଲ୍‌କୋନୀରେ ପୋତି ଦେଇଥିଲା ଇଞ୍ଜିନିୟର ମାମୁଁ

ନୂଆଦିଲ୍ଲୀ:ମାମୁଁ ଭଣଜା ଦିଲ୍ଲୀରେ ଏକାଠି ରହୁଥିଲେ, ମାମୁଁଙ୍କ ପ୍ରେମିକା ସହିତ ଭଣଜା ଭାବ ବଢ଼ାଇବା ନେଇ ସନ୍ଦେହ ଉପୁଜିବାରୁ ଭଣଜାକୁ ମାରି ବାଲ୍‌କୋନୀରେ ପୋତିଦେବା ସହିତ ସେଠାରେ ଗଛ ପୋତିଦେଇଥିଲା ମାମୁଁ। ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜନ୍ମିତ ବିଜୟ କୁମାର ମହାରଣାଙ୍କ ନାମରେ ଏଭଳି ସାଂଘାତିକ ଅଭିଯୋଗ ଆଣିବାର ୩ବର୍ଷ ପରେ ବିଜୟଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍‌।

ବିଜୟଙ୍କ ପ୍ରେମିକା ଦିଲ୍ଲୀ ଚାଲିଯିବାରୁ ବିଜୟ ମଧ୍ୟ ୨୦୧୨ ମସିହାରେ ଦିଲ୍ଲୀ ଚାଲିଯାଇଥିଲେ। ହାଇଦ୍ରାବାଦରେ ରହୁଥିବା ଭଣଜା ଜୟପପ୍ରକାଶ ମଧ୍ୟ ୨୦୧୫ରୁ ତାଙ୍କ ସହିତ ରହିଆସୁଥିଲା। ନଏଡ଼ା ସେକ୍ଟର ୧୪୪ରେ ଆଇଟି ସେକ୍ଟରରେ କାମ କରୁଥିଲା ବିଜୟ ଏବଂ ଭଣଜା ଜୟ ପ୍ରକାଶ ଦ୍ୱାରକା ଅଞ୍ଚଳରେ କାମ କରୁଥିଲା।

ଧୀରେ ଧୀରେ ମାମୁଁଙ୍କ ପ୍ରେମିକା ସହିତ ଭାବ ଜମାଇବାକୁ ଆରମ୍ଭ କରିଥିଲା ଜୟ ପ୍ରକାଶ, ଯାହାକି ବିଜୟଙ୍କୁ ପସନ୍ଦ ନଥିଲା। ଏହା ପରେ ପରିସ୍ଥିତି ଆହୁରି ସଙ୍ଗିନ ହେବାରୁ ବିଜୟ ଜୟଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ବନାଇଥିଲେ। ୨୦୧୬ ମସିହା ଫେବୃଆରୀ ୬ ତାରିଖରେ ଜୟ ଶୋଇଥିବାବେଳେ ହିଁ ଏକ ସିଲିଂ ଫ୍ୟାନ୍‌ର ମୋଟରରେ ଜୟଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ ବିଜୟ।

ଏହାପରେ ଶବକୁ ଘୋଷାଡ଼ି ଘୋଷାଡ଼ି ବାଲ୍‌କୋନୀକୁ ନେଇଥିଲେ ଏବଂ ସେଠାରେ ସେ ଆଗୁଆ ଖୋଳିଥିବା ଗାତରେ ଭଣଜାକୁ ପୋତିଦେଇଥିଲେ। ପୁଲିସ୍‌ ସନ୍ଦେହରୁ ବଞ୍ଚିବାପାଇଁ ସେ ସେଠାରେ ଗଛ ଲଗାଇଦେଇଥିଲେ।

ଏହାର ଗୋଟିଏ ସପ୍ତାହପରେ ସେ ପୁଲିସ୍‌ରେ ଭଣଜା ନିଖୋଜ ଥିବା ଜଣାଇଥିଲେ। ଏପରିକି ତାଙ୍କୁ ଭଉଣୀଙ୍କୁ ମଧ୍ୟ ସମାନ ଉତ୍ତର ରଖିଥିଲେ ଯେ, ସେ ସାଙ୍ଗମାନଙ୍କ ସହିତ ବାହାରକୁ ଯାଇ ଆଉ ଫେରିନି। ୨୦୧୭ ମସିହାରେ ସେ ହାଇଦ୍ରାବାଦ ଚାଲିଯାଇଥିଲେ।

ଅକ୍ଟୋବର ୨୦୧୮ରେ ଏହି କୋଠାର ମରାମତି କାମ ଚାଲିଥିଲାବେଳେ ଜୟପ୍ରକାଶଙ୍କ କଙ୍କାଳ ମିଳିଥିଲା। କଙ୍କାଳ ସହିତ ନିଳରଙ୍ଗର ଜ୍ୟାକେଟ୍‌, ଶାର୍ଟ, ବେଡ୍‌ସିଟ୍‌, କମ୍ବଳ ଏବଂ ଗଦି ପୋତାଯାଇଥିବା ଜଣାଯାଇଛି। ଏହାପରେ କୋଠା ମାଲିକ ବିକ୍ରମ ସିଂହ ହିଁ ବିଜୟଙ୍କ ବାବଦରେ ଜଣାଇଥିଲେ।

ତଦନ୍ତ ସମୟରେ ବିଜୟଙ୍କ ପରିବାରର କେହି ମଧ୍ୟ ତାଙ୍କ ଠିକଣା ଜାଣିନଥିବା କହିଥିଲେ। ସେ ମୋବାଇଲ ନମ୍ବର ପରିବର୍ତ୍ତନ କରିବା ସହିତ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ସେସବୁକୁ ବନ୍ଦ କରିଦେଇଥିଲେ। କିଛି ସପ୍ତାହର ତନାଘନା ପରେ ଶେଷରେ ଟେକ୍ନିକାଲ ସର୍ଭେଲାନ୍ସରୁ ତାଙ୍କୁ ଧରାଯାଇଥିଲା।



from Odisha Reporter http://bit.ly/2M1Wvqz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages