ଆମାଜନ୍‌ରେ ବିକ୍ରି ହେଉଛି ଷଢ଼େଇ, ଦାମ୍‌ ୩ ହଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ଆମାଜନ୍‌ରେ ବିକ୍ରି ହେଉଛି ଷଢ଼େଇ, ଦାମ୍‌ ୩ ହଜାର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ନଡ଼ିଆର ଫାଇଦା ବିଷୟରେ ଆପଣ ସମସ୍ତେ ଜାଣିଥିବେ। ନଡ଼ିଆ ପାଣି, ନଡ଼ିଆ ତେଲ ଏବଂ ଏହାର କତାକୁ ପ୍ରକ୍ରିୟାକରଣ ପରେ ବ୍ୟବହାର କରାଯାଇଥାଏ। ନଡ଼ିଆ ସୁନା କିମ୍ୱା ହୀରା ପରି ମହଙ୍ଗା ହୋଇ ନ ଥିଲେ ବି ଫଳଭିତରେ ଶ୍ରେଷ୍ଠ ବୋଲି କୁହାଯାଏ। କିନ୍ତୁ ଏହାର ଷଢ଼େଇ ଫୋପଡା ହୁଏ ନ ହେଲେ ଚୁଲିରେ ପୋଡ଼ା ହୁଏ।

କିନ୍ତୁ ଆପଣ ଜାଣି ଆଶ୍ଟର୍ଯ୍ୟ ହେବେ ଯେ, ଆପଣ ଯେଉଁ ନଡ଼ିଆକୁ ଖାଇ ସାରିବା ପରେ ଷଢ଼େଇକୁ ଫିଙ୍ଗି ଦେଇଥାନ୍ତି, ତାହା ବର୍ତ୍ତମାନ ଆମାଜନ୍‌ ୱେବ୍‌ସାଇଟ୍‌ରେ ଉଚ୍ଚ ଦରରେ ବିକ୍ରି ହେଉଛି।

ଅତି ବେଶିରେ ଆପଣ ୪୦ କିମ୍ୱା ୫୦ ଟଙ୍କାରେ ପାଉଥିବା ନଡିଆ ଷଢେଇର ଦାମ୍‌ ଆମାଜନ୍‌ରେ ୩,୦୦୦ ଟଙ୍କା। ପୁଣି ଏହା ଉପରେ ୫୫ ପ୍ରତିଶତ ଅଫର୍‌ ମଧ୍ୟ ରହିଛି। ଯଦି ଆପଣଙ୍କୁ ଲାଗୁଛି, ଏହା ଫେକ୍‌ ନ୍ୟୁଜ୍‌ କି ଆମେ ମିଛ କହୁଛୁ ତେବେ ଟ୍ୱିଟର୍‌ରେ ଜଣେ ୟୁଜର୍‌ଙ୍କ ପୋଷ୍ଟକୁ ଆପଣ ଦେଖିପାରିବେ।

ୟୁଜର୍‌ @rama_rajeswari ଆମାଜନ୍‌ରେ ବିକ୍ରି ହେଉଥିବା କୋକୋନଟ୍‌ ସେଲ୍‌କୁ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ କରିଛନ୍ତି। କିଛି ଲୋକ ନଡ଼ିଆ ଖୋଳ ଆମାଜନ୍‌ରେ ବିକ୍ରି ହେଉଥିବା ଦେଖି ଆଶ୍ଚର୍ଯ୍ୟ ହେଉଥିବା ବେଳେ ଅନ୍ୟ କିଛି ଲୋକ ଏହାକୁ କିଣି ଖୁସି ମଧ୍ୟ ହେଉଛନ୍ତି। କିଛି ୟୁଜର୍‌ ଏହି ନଡ଼ିଆ ଖୋଳକୁ Haluyen costumeରେ ବ୍ୟବହାର କରି ଫାଇଭ୍‌ ଷ୍ଟାର୍‌ ରେଟିଂ ମଧ୍ୟ ଦେଇଛନ୍ତି।



from Odisha Reporter http://bit.ly/2syhd8v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages