ସ୍କୁଲ୍‌କୁ ଏଥିପାଇଁ ନିଜ ନାଁ ବଦଳାଇ ଯାଉଥିଲେ ଶ୍ରୁତି ହାସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ସ୍କୁଲ୍‌କୁ ଏଥିପାଇଁ ନିଜ ନାଁ ବଦଳାଇ ଯାଉଥିଲେ ଶ୍ରୁତି ହାସନ୍‌

ମୁମ୍ବାଇ: ସୌନ୍ଦର୍ଯ୍ୟରେ ବୟସର ଛାପ ପଡ଼ିବାର ନାଁ ଗନ୍ଧ ଧରୁନାହିଁ। ୩୩ରେ ଲାଗୁଛନ୍ତି ୨୩ ବର୍ଷର ଯୁବତୀଙ୍କ ଭଳି। ବଲିଉଡ୍‌ର ଦକ୍ଷିଣୀ ସୁନ୍ଦରୀ ତଥା କିମ୍ବଦନ୍ତୀ ଅଭିନେତା କମାଲ୍‌ ହାସାନ୍‌ଙ୍କ ସୁପୁତ୍ରୀ ଶ୍ରୁତିଙ୍କର ଆଜି ହେଉଛି ଜନ୍ମ ଦିନ।

‘ବଡେ ପାପା କି ବଡି ବେଟୀ’ ଶ୍ରୁତି ବାପା କମଲ୍‌ଙ୍କ ଭଳି ଜଣେ ଦକ୍ଷ କଳାକାର। ଟଲିଉଡ୍‌ ଓ ବଲିଉଡ୍‌ରେ ନିଜ ସୌଦର୍ଯ୍ୟ ଓ ଅଭିନୟରେ ସ୍ୱତନ୍ତ୍ର ପରିଚୟ ପାଇଥିବା ଶ୍ରୁତି ହାସନ୍‌ଙ୍କ ଜନ୍ମ ୨୮ ଜାନୁଆରୀ ୧୯୮୬ ମସିହାରେ ହୋଇଥିଲା। ଶ୍ରୁତି ଜଣେ ଭଲ କଣ୍ଠଶିଳ୍ପୀ ଓ ଦକ୍ଷ ମ୍ୟୁଜିକ୍‌ କମ୍ପୋଜର୍‌ ମଧ୍ୟ।

ଟଲିଉଡ୍‌ରେ ବହୁ ହିଟ୍‌ ଫିଲ୍ମ ଦେଇଥିବା ଶ୍ରୁତି ୨୦୦୯ରେ ଫିଲ୍ମ ‘ଲକ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ମାତ୍ର ୬ବର୍ଷ ବୟସରେ ଶ୍ରୁତି ଫିଲ୍ମରେ ଏକ ଗୀତ ଗାଇବାର ସୁଯୋଗ ପାଇଥିଲେ। ସେ ‘ଚାଚି ୪୨୦’ରେ କମଲ୍‌ ହାସନ୍‌ଙ୍କ ସହ ପ୍ରଥମ ଥର ଗୀତ ଗାଇଥିଲେ।

କେବଳ ଅଭିନେତ୍ରୀ ନୁହନ୍ତି ଶ୍ରୁତି ଜଣେ ଲେଖକ ମଧ୍ୟ। ୧୪ବର୍ଷ ବୟସରେ ସେ ଫିଲ୍ମ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଥିଲେ। ଏହା ସହ ସେ ଅନେକ ଭାଷା ମଧ୍ୟ ଜାଣନ୍ତି। ସେ ୮ଟି ଭାଷାରେ ଫିଲ୍ମ କରିଛନ୍ତି।

ପିଲାବେଳେ ଶ୍ରୁତି ସ୍କୁଲ୍‌କୁ ନିଜ ନାଁ ବଦଳାଇ ଯାଉଥିଲେ। କାରଣ ତାଙ୍କ ପରିବାର ଚାହୁଁ ନ ଥିଲେ ଯେ ସାଙ୍ଗମାନେ ତାଙ୍କୁ ଜଣେ ସୁପର୍‌ଷ୍ଟାର୍‌ଙ୍କ ଝିଅ ବୋଲି ଜାଣନ୍ତୁ। ସେ ନିଜ ନାଁ ପୂଜା ରାମଚନ୍ଦ୍ରନ ରଖିଥିଲେ।

ବ୍ୟକ୍ତିଗତ ଜୀବନରେ ଶ୍ରୁତି ନିଜ ଆଫୟାରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବେ ଶ୍ରୁତି ଇଟାଲିଅନ୍ ଆକ୍ଟର୍‌ ମାଇକଲ୍‌ କୋର୍ସଲ୍‌ଙ୍କୁ ଡେଟ୍‌ କରୁଛନ୍ତି। ଦୁହିଁଙ୍କର ଫଟୋ ସୋଶାଲ୍‌ ମିଡିଆରେ ବି ଦେଖିବାକୁ ମିଵିଛି।

 



from Odisha Reporter http://bit.ly/2sQMxPP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages