ବାଇଗଣ ଖାଆନ୍ତୁ, ଆଉ ଏସିଡିଟି ହବନି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ବାଇଗଣ ଖାଆନ୍ତୁ, ଆଉ ଏସିଡିଟି ହବନି !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତଙ୍କ ରୋଷେଇ ଘରେ ଏକ ସାଧାରଣ ପରିବା ହେଉଛି ବାଇଗଣ। ଏହାକୁ ଆମେ ଦୈନନ୍ଦିନ ଖାଦ୍ୟରେ ଅଧିକ ମାତ୍ରାରେ ବ୍ୟବହାର କରିଥାଉ। ପୋଡ଼ି କିମ୍ୱା ସିଝାଇ ଭର୍ତ୍ତା କରି ଖାଇବାକୁ ଆମ ଓଡ଼ିଆ ଲୋକେ ବେଶି ପସନ୍ଦ କରିଥାନ୍ତି। କିନ୍ତୁ ଜାଣି ଖୁସିହେବେ ଯେ, ବାଇଗଣ ଖାଲି ପାଟି ସୁଆଦ ପାଇଁ ନୁହେଁ ବରଂ ଆପଣଙ୍କ ଏସିଡିଟି ବା ଅଗ୍ନିମାଦ୍ୟ ଦୂର କରିବାକୁ ମଧ୍ୟ ଅମୋଘ ଔଷଧ।

କାହିଁକି ଜାଣିଛନ୍ତି ?

ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ଓ ଫାଇବର ଭଳି ପୋଷକ ତତ୍ତ୍ଵ ରହିଛି। ଯାହା ଏସିଡିଟି ଭଲ କରିବାକୁ ସକ୍ଷମ ବୋଲି ଗବେଷକମାନେ କୁହନ୍ତି। ବିଶ୍ୱରେ ପ୍ରତି ୧୦ ଜଣରେ ୫ ଜଣ ବ୍ୟକ୍ତି ବାଇଗଣ ଖାଇବାକୁ ପସନ୍ଦ କରନ୍ତି। ଆଉ ସବୁଠାରୁ ଅଧିକ ଜାପାନ ଓ ଭାରତରେ ଏହି ପରିବାର ଆଦର ରହିଛି। ଜାପାନରେ ଏହାକୁ ଆମିଷ ତରକାରୀ ସହ ରନ୍ଧାଯାଏ। ଦୈନିକ ବାଇଗଣ ଖାଇବା ଶରୀର ପାଇଁ ଭଲ ବୋଲି ମଧ୍ୟ ନିକଟରେ ଏକ ଆମେରିକୀୟ ଗବେଷଣା ପ୍ରତିଷ୍ଠାନ ପ୍ରକାଶ କରିଛି।

  • ବାଇଗଣ ଭର୍ତ୍ତାରେ ଏକ ଚାମଚ ମହୁ ମିଶାଇ ଖାଇଲେ ସୁନିଦ୍ରା ହୁଏ। ତରକାରିରେ ଏହା ଖାଇବା ଖୁବ୍ ଭଲ।
  • ବାଇଗଣ ସୁପ୍‌ରେ ହେଙ୍ଗୁ ଓ ରସୁଣ ସମପରିମାଣର ମିଶାଇ ପିଇଲେ ଅମ୍ଲ ରୋଗ ବା ଏସିଡିଟିରୁ ରକ୍ଷା ମିଳେ।
  • ଆଫ୍ରିକୀୟ ଆଦିବାସୀଙ୍କ ମତରେ ବାଇଗଣ ପୋଡାକୁ ଗୋଟା ଖାଇଲେ କାଶ ସମସ୍ୟାରୁ ମୁକ୍ତି ମିଳେ। ସକାଳୁ ଖାଲି ପେଟରେ ବାଇଗଣ ଭର୍ତ୍ତାରେ ଅଳ୍ପ ଚିନି ମିଶାଇ ଖାଇଲେ ରକ୍ତଜନିତ ରୋଗର ଆଶଙ୍କା କମ୍ ହୁଏ।
  • ମଧୁମେହ ରୋଗୀଙ୍କ ନିମନ୍ତେ ଏହା ଏକ ସର୍ବୋତ୍କୃଷ୍ଟ ପରିବା। ଏଥିରେ ଖାଦ୍ୟ ତନ୍ତୁ ପ୍ରଚୁର ପରିମାଣରେ ଥାଏ। ମଧୁମେହ ରୋଗୀ ଏହାକୁ ନିୟମିତ ଖାଇଲେ ଶରୀରରେ ଶର୍କରା ନିୟନ୍ତ୍ରଣରେ ରହେ।
  • ହୃଦରୋଗୀଙ୍କ ପାଇଁ ଏହା ଉତ୍ତମ ପରିବା ଅଟେ। ଏହି ପରିବା ଖାଇଲେ ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।


from Odisha Reporter http://bit.ly/2G3bfEp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages