କ୍ରିକେଟ୍ ଖେଳୁଥିବା ବେଳେ ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

କ୍ରିକେଟ୍ ଖେଳୁଥିବା ବେଳେ ଚାଲିଗଲା ଜୀବନ

rajesh

ପାଣାଜି: ପିଚ୍‌ ଉପରେ ବେହୋସ ହୋଇ ପଡ଼ିଗଲେ। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି ଗୋଆର ରାଜଧାନୀ ପାଣାଜି ଠାରୁ ୩୦ କିଲୋମିଟର ଦୂରରେ ଥିବା ଦକ୍ଷିଣ ଗୋଆର ମରଗୋଆ ସହରରେ।

rajeshghodgeମୃତ ଖେଳାଳିଙ୍କ ନାଁ ରାଜେଶ ଘୋଡ଼ଗେ। ତାଙ୍କୁ ୪୬ ବର୍ଷ ହୋଇଥିଲା। ସେ ଜଣେ ପୂର୍ବତନ ରଣଜି ଖେଳାଳି ଥିଲେ।

ଗତକାଲି ସେ ମରଗୋଆରେ ଏକ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟ୍ ଖେଳୁଥିଲେ। ସେ ୩୦ ରନ୍ କରିଥିଲେ ଏବଂ ନନ୍‌-ଷ୍ଟ୍ରାଇକରର୍ସ ଏଣ୍ଡରେ ଥିବା ବେଳେ ଅଚେତ ହୋଇ ପଡ଼ିଯାଇଥିଲେ। ଆୟୋଜକମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ଇଏସ୍‌ଆଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ମରଗୋଆ କ୍ରିକେଟ୍ କ୍ଲବ୍ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲେ। ରାଜେଶ ଏହି କ୍ଲବ୍‌ର ସମ୍ମାନିତ ଯୁଗ୍ମ ସଂପାଦକ ଥିଲେ।

ସେ ଗୋଆ ତରଫରୁ ଦୁଇଟି ରଣଜି ମ୍ୟାଚ୍ ଖେଳିଥିଲେ। ରାଜ୍ୟ ତରଫରୁ ସେ ଅନେକ ଦିନିକିଆ ମ୍ୟାଚ୍ ଖେଳିଥିଲେ। ପୂର୍ବରୁ ତାଙ୍କର କୌଣସି ରୋଗ ନଥିଲା। ସେ ପୂରା ଫିଟ୍ ଥିଲେ। ସେ ପ୍ରାୟ ପ୍ରତିଦିନ କ୍ରିକେଟ୍ ଖେଳୁଥିଲେ। ତାଙ୍କର ଏ ପ୍ରକାର ଅକାଳ ବିୟୋଗକୁ ବିଶ୍ୱାସ କରି ହେଉନି ବୋଲି ମରଗୋଆ କ୍ରିକେଟ୍ କ୍ଲବ୍ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2D6WzCu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages