
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକଆ ସିରିଜ୍ରେ ବେଶ୍ ଚମକିଥିବା ମହେନ୍ଦ୍ର ସିଂହ ଧୋନି ଧୋନି କେବଳ ଦଳକୁ ଜିତାଇନଥିଲେ, ବରଂ ବହୁବର୍ଷ ପରେ ମ୍ୟାନ୍ ଅଫ୍ ଦି ସିରିଜ୍ର ମଧ୍ୟ ହକ୍ଦାର ହୋଇଥିଲେ। ଏହା ତାଙ୍କ ଅବସର ବାବଦରେ ବାରମ୍ବାର ପ୍ରଶ୍ନ ଉଠାଉଥିବା ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ରେ ତାଙ୍କ ପାଇଁ ରହିଛି ଆଉ ଏକ ସଫଳତା ହାସଲ କରିବାର ସୁଯୋଗ।
ଭାରତ ପକ୍ଷରୁ ନ୍ୟୁଜିଲ୍ୟାଣ୍ଡରେ ସ୍କୋର କରିବାରେ ଅଗ୍ରଣୀ ଥିବା ବ୍ୟାଟ୍ସମ୍ୟାନ୍ମାନଙ୍କ ମଧ୍ୟରେ ଧୋନି ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଉପରକୁ ଅଛନ୍ତି ସଚିନ୍ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହ୍ୱାଗ। ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୮ଟି ମ୍ୟାଚ୍ରୁ ୬୫୨ ରନ୍ ହାସଲ କରିଥିବାବେଳେ ବୀରେନ୍ଦ୍ର ସେହ୍ୱାଗ ୧୨ଟି ମ୍ୟାଚ୍ରୁ ୫୯୮ରନ୍ କରିଛନ୍ତି।
ଏ ଦୁହେଁ ଅବସର ନେଇ ସାରିଥିବାବେଳେ ଧୋନି ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ରେକର୍ଡ ଭାଙ୍ଗିବାକୁ ୧୯୭ ରନ୍ ଆବଶ୍ୟକ କରୁଛନ୍ତି।
ଆସନ୍ତା ଜାନୁଆରୀ ୨୩ରେ ଖେଳାଯିବାକୁ ଥିବା ନାପିଅର୍ ଦିନିକିଆରୁ ଆରମ୍ଭ ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍। ମାଉଣ୍ଟ ମୌଙ୍ଗନୁଇଠାରେ ଲଗାତାର ଦୁଇଟି ଦିନିକିଆ ଖେଳାଯିବାକୁ ଥିଲାବେଳେ ହାମିଲଟନ୍ ଏବଂ ୱେଲିଙ୍ଗଟନ୍ରେ ଶେଷ ଦୁଇଟି ମ୍ୟାଚ୍ ଖେଳାଯିବ।
from Odisha Reporter http://bit.ly/2RFHIHU
No comments:
Post a Comment