ଜାଣନ୍ତୁ ରୋହିତ ଓ ଧୱନ ଓପନିଂ ଯୋଡ଼ିଙ୍କ ନାଁ’ରେ ରହିଛି କେଉଁ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଜାଣନ୍ତୁ ରୋହିତ ଓ ଧୱନ ଓପନିଂ ଯୋଡ଼ିଙ୍କ ନାଁ’ରେ ରହିଛି କେଉଁ ରେକର୍ଡ

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ଶିଖର ଧୱନ ଗତ ୫ ବର୍ଷ ହେଲା ଭାରତ ପାଇଁ ଓପନିଂ କରିବା ସହ ଦଳକୁ ଦିନିକିଆରେ ଏକ ନମ୍ବର ସ୍ଥାନରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମଙ୍ଗଳବାର ଏହି ଓପନିଂ ଯୋଡ଼ି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦ୍ରୁତ ଆରମ୍ଭ କରିଥିଲେ। ଭାରତ ୨୯୯ ରନ୍‌ର ପିଛା କରୁଥିବା ବେଳେ ଧୱନ ଓ ରୋହିତ ପ୍ରଥମ ୱିକେଟ୍‌ ପାଇଁ ଦ୍ରୁତ ଗତିରେ ୪୭ ରନ୍‌ ଯୋଡ଼ିଥିଲେ।

ଏହି ୪୭ ରନ୍‌ ପରେ ରୋହିତ ଓ ଧୱନ ଦିନିକିଆ କ୍ରିକେଟର ୪ର୍ଥ ଓପନିଂ ଯୋଡ଼ି ଭାବେ ୪୦୦୦ ରନ୍‌ ସଂଗ୍ରହ କରିବାର ରେକର୍ଡ କରିଛନ୍ତି। ସେହିପରି ଦ୍ୱିତୀୟ ଭାରତୀୟ ଯୋଡ଼ି ଭାବେ ଉଭୟ ଏଭଳି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପୂର୍ବରୁ ସଚିନ୍‌ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ଦିନିକିଆରେ ଓପନିଂ ଯୋଡ଼ି ଭାବେ ୪ ହଜାର ରନ୍‌ ସଂଗ୍ରହ କରିଥିଲେ।

ଆଜି ଭାରତ ୯ ରନ୍‌ କରିବା କ୍ଷଣି ରୋହିତ ଓ ଧୱନ ୪୦୦୦ ରନ୍‌ର ଭାଗୀଦାରିର ରେକର୍ଡ ବୁକ୍‌ରେ ସାମିଲ ହୋଇଥିଲେ।

ଆମେ ଯଦି ଆଜି ଯାଏ କେଉଁ ଓପନିଂ ଯୋଡ଼ି ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି, ତା’ର ତାଲିକା ଦେଖିବା, ତା’ହେଲେ ଏଥିରେ ସଚିନ୍‌ ଓ ଗାଙ୍ଗୁଲି ଯୋଡ଼ି ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଉଭୟ ୧୩୬ଟି ଇନିଂସ୍‌ରେ ଓପନ୍‌ କରି ୬୬୦୯ ରନ୍‌ କରିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ଆଡାମ ଗିଲଖ୍ରୀଷ୍ଟ ଓ ମାଥ୍ୟୁ ହେଡେନ୍‌ ୧୧୪ଟି ଇନିଂସ୍‌ରେ ଓପନ କରି ୫୩୭୨ ରନ୍‌ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜର ଗର୍ଡନ ଗ୍ରୀନିଜ ଓ ଡେସମଣ୍ଡ ହେନ୍ସ ୧୦୨ଟି ଇନିଂସ୍‌ରେ ୫୧୫୦ ରନ୍‌ କରି ତୃତୀୟ ସ୍ଥାନରେ ରହିଛନ୍ତି। ୪ର୍ଥରେ ରୋହିତ ଓ ଧୱନ ରହିଛନ୍ତି। ଏଯାବ ଉଭୟ ୯୦ଟି ଇନିଂସ୍‌ରେ ୪୦୪୦ ରନ୍‌ ସଂଗ୍ରହ କରିଛନ୍ତି। ୫ମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ହାସିମ ଆମଲା ଓ କ୍ୱିଣ୍ଟନ୍‌ ଡି’କକ୍‌ ରହିଛନ୍ତି। ଏହି ଦକ୍ଷିଣ ଆଫ୍ରିକା ଯୋଡ଼ି ୮୩ ଇନିଂସ୍‌ରେ ୩୯୧୯ ରନ୍‌ କରିଛନ୍ତି।



from Odisha Reporter http://bit.ly/2Dc68QD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages