
ସାଲେପୁର (ମନୋଜ ଆଚାର୍ଯ୍ୟ): ବିଦେଶରେ ଚାକିରି କରିବା ଆଶାରେ ଟଙ୍କା ଦେଇ ଠକାମୀର ଶିକାର ହୋଇଛନ୍ତି ୧୫ରୁ ଅଧିକ ଯୁବକ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରୁ।
ସାଲେପୁର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ସ୍ଥାନୀୟ ମହାସିଂପୁର ଅଞ୍ଚଳର ଇବ୍ରାହିମ୍ ଖାନ୍ ଏବଂ ସେକ୍ ମକିମୁଦ୍ଦିନ୍ ବିଦେଶରେ ଚାକିରିକରାଇ ଦେବାକୁ କହି ବିଭିନ୍ନ ଜିଲ୍ଲାର ୧୫ରୁ ଅଧିକ ଯୁବକଙ୍କଠାରୁ ୫୦ହଜାର ଲେଖାଏ ଟଙ୍କା ଓ ଆନୁସଙ୍ଗିକ କାଗଜପତ୍ର ନେଇଥିଲେ। ଟଙ୍କା ପାଇବା ପରେ ଇବ୍ରାହିମ୍ ଏବଂ ମକିମୁଦ୍ଦିନ୍ ଫେରାର ହୋଇଯାଇଛନ୍ତି।
ଅଭିଯୋଗ ପାଇବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2CyVL7T
No comments:
Post a Comment