ମୋଦି ସରକାରଙ୍କ ଗରିବ ସଂରକ୍ଷଣ ଆଇନ୍‌ କୋର୍ଟରେ ପାସ୍‌ ହୋଇପାରିବ ତ ? କ’ଣ କହେ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ମୋଦି ସରକାରଙ୍କ ଗରିବ ସଂରକ୍ଷଣ ଆଇନ୍‌ କୋର୍ଟରେ ପାସ୍‌ ହୋଇପାରିବ ତ ? କ’ଣ କହେ ନିୟମ

ନୂଆଦିଲ୍ଲୀ:ମୋଦି ସରକାର ସାଧାରଣ ବର୍ଗର ଗରିବ ଲାଗି ସଂରକ୍ଷଣ ଦେବାକୁ ନିଷ୍ପତି କରିଛନ୍ତି। ଗତକାଲି ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷଣ ନିମନ୍ତେ ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍‌ ଲୋକସଭାରେ ଗୃହୀତ ହୋଇଛି। ଏହି ବିଲ୍‌କୁ ଆଜି ରାଜ୍ୟସଭାରେ ଉପସ୍ଥାପନା କରାଯାଇଛି।

ଏନେଇ ରାଜ୍ୟ ସଭାରେ ବିତର୍କ ଚାଲିଛି। ତେବେ ଏହି ସଂରକ୍ଷଣକୁ ନେଇ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି। ଯଦି ଏହି ଆଇନ୍‌ କୋର୍ଟରେ ଚ୍ୟାଲେଞ୍ଜ ହୁଏ ତା’ହେଲେ କଣ ପାସ୍‌ ହୋଇପାରିବ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ସଂରକ୍ଷଣ ହାର ୫୦ରୁ ଅଧିକ ହୋଇପାରିବ ନାହିଁ। କାରଣ ସାଧାରଣ ବର୍ଗଙ୍କ ଲାଗି କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ ଆଣିବା ପରେ ଏହା ମୋଟ ୬୦ ପ୍ରତିଶତ ଛୁଇଁ ଯାଉଛି।

ମଙ୍ଗଳବାର ଏ ସମ୍ପର୍କରେ ଲୋକସଭାରେ ବିତର୍କ ହୋଇଥିଲା ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହାର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ କରିଥିଲେ। ଜେଟଲୀ କହିଥିଲେ ଯେ, ସଂରକ୍ଷଣ ନେଇ ସୁପ୍ରିମକୋର୍ଟ ଯେଉଁ ୫୦ ପ୍ରତିଶତ ସୀମା ଧାର୍ଯ୍ୟ କରିଛନ୍ତି ଏହା କେବଳ ଜାତି ଆଧାରିତ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ। ଏହା ପଛରେ କୋର୍ଟଙ୍କ ଉଦ୍ଦେଶ୍ୟ ଥିଲା ଯେ, ସାଧାରଣ ବର୍ଗଙ୍କ ପାଇଁ କମସେ କମ୍‌ ୫୦ ପ୍ରତିଶତ ସିଟ୍‌ ଛଡ଼ାଯାଉ। ନଚେତ ସମ୍ପୃକ୍ତ ବର୍ଗ ସହିତ ଭେଦଭାବ ହେବ। ଜେଟଲୀ କହିଥିଲେ ଯେ, ବର୍ତ୍ତମାନ ଆସିଥିବା ବିଲ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ତଥା ଉଦ୍ଦେଶ୍ୟ ବିରୋଧୀ ନୁହେଁ। କାରଣହ ଏହି ୧୦ ପ୍ରତିଶତ ସଂରକ୍ଷଣ ସେହିମାନଙ୍କ ହିତ ପାଇଁ ରହିବ ଯାହା

୫୦ ପ୍ରତିଶତକୁ ଡେଇଁବ ନାହିଁ। ଯଦି ଏହି ହିସାବପରେ ବିଲ୍‌ଟି ପାରିତ ହୋଇଯାଏ ତେବେ ସୁପ୍ରିମକୋର୍ଟରେ ହୁଏତ ଏହା ପାସ୍‌ ହୋଇପାରେ। ଇନ୍ଦିରା ସାହନୀ କେଶ୍‌ରେ ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ, କୌଣସି ପରିସ୍ଥିତିରେ ବି ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଲାଗୁ ହୋଇପାରିବ ନାହିଁ। କାରଣ ଆମକୁ ଗୋଟିଏ ପଟେ ସାମାଜିକ ନ୍ୟାୟ ଏବଂ ଅନ୍ୟପଟେ ସାମାଜିକ ନ୍ୟାୟକୁ ବି ଦେଖିବାକୁ ପଡ଼ିବ।



from Odisha Reporter http://bit.ly/2QyPuhs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages