ଶାଢ଼ୀ ପିନ୍ଧିବା ନେଇ ଏମିତି ଉତ୍ତର ଦେଲେ ସାଉଥ୍‌ କଣ୍ଠଶିଳ୍ପୀ, ସୋଶାଲ୍‌ ମିଡିଆରେ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଶାଢ଼ୀ ପିନ୍ଧିବା ନେଇ ଏମିତି ଉତ୍ତର ଦେଲେ ସାଉଥ୍‌ କଣ୍ଠଶିଳ୍ପୀ, ସୋଶାଲ୍‌ ମିଡିଆରେ ଭାଇରାଲ୍‌

chinamyee

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଶାଢ଼ୀ ପିନ୍ଧିବା ପାଇଁ ଜଣେ ଫ୍ୟାନ୍‌ଙ୍କ ପ୍ରସ୍ତାବ ଉପରେ ଜଣାଶୁଣା ଦକ୍ଷିଣ ଭାରତୀୟ କଣ୍ଠଶିଳ୍ପୀ ଚିନ୍ମୟୀ ଶ୍ରୀପଦା ଏପରି କିଛି ଜବାବ୍‌ ରଖିଛନ୍ତି, ଯାହା ସୋଶାଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହୋଇଛି।

ରାମ୍‌ କୁମାର ନାମକ ଜଣେ ଫ୍ୟାନ୍‌ ଚିନ୍ମୟୀଙ୍କୁ ଟ୍ୟାଗ୍‌ କରି ଟ୍ୱିଟ୍‌ କରିଥିଲେ ଯେ ‘‘ଆପଣ ଭଲ ଗୀତ ଗାଉଛନ୍ତି। ଆପଣ ଖୁବ୍‌ ସାହସୀ, ସୁନ୍ଦରୀ, ଆତ୍ମବିଶ୍ୱାସୀ ଓ ଅନେକଙ୍କ ପାଇଁ ରୋଲ୍‌ ମଡେଲ୍‌। ଆପଣ ସେତେବେଳେ ଆହୁରି ଭଲ ପ୍ରଦର୍ଶନ କରିପାରିବେ, ଯେତେବେଳେ ଶାଢ଼ୀ କିମ୍ବା କୌଣସି ଭାରତୀୟ ପୋଷାକ ପରିଧାନ କରିବେ।’’

ଏହାର ଉତ୍ତରରେ ଶ୍ରୀପଦା ଲେଖିଥିଲେ ଯେ “ଶାଢ଼ୀ ପିନ୍ଧିବା ପରେ କିଛି ପୁରୁଷ ମୋର ଛାତି ଓ ଅଣ୍ଟାର ଫଟୋ ଉଠାଇ ପର୍ଣ୍ଣ ସାଇଟ୍‌ରେ ଛାଡ଼ି ଦେଉଛନ୍ତି। ଏହା ପରେ ମୋ ପାଖକୁ ଏମିତି ମେସେଜ ଆସୁଛି, ଯେଉଁଥିରେ କିଛି ପୁରୁଷ ନିହାତି ଅଶ୍ଲୀଳ ଆଚରଣ କରୁଥିବା ଦେଖିବାକୁ ମିଳୁଛି। ମୁଁ ଜଣେ ଭାରତୀୟ ଭାବେ ଶାଢ଼ୀ ଓ ଜିନ୍ସ ପିନ୍ଧିବାକୁ ପସନ୍ଦ କରେ।”

ଶ୍ରୀପଦାଙ୍କ ଏପରି ଉତ୍ତର ଏବେ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଛି।

ଚିନ୍ମୟୀ ସୋଶାଲ୍‌ ମିଡିଆରେ ବେଶ୍ ସକ୍ରିୟ। ନିକଟରେ ସେ #Metoo କ୍ୟାମ୍ପେନ୍‌ର ପ୍ରମୁଖ ଭାଗରେ ରହିଥିଲେ। ଏଥିପାଇଁ ତାଙ୍କୁ କଳାକାର ସଂଘରୁ ମଧ୍ୟ ବାହାର କରାଯାଇଥିଲା। ଚିନ୍ମୟୀ ଗୀତିକାର ୱରାମୁଥ୍‌ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। 



from Odisha Reporter http://bit.ly/2DHTEk2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages