
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତ ଦିନ ଆସିଲେ ଖାସ୍ କରି ମହିଳା ଓ ଯୁବତୀଙ୍କ ପାଇଁ ସମସ୍ୟା ବଢ଼ିଯାଏ। ଯେଉଁ ମହିଳା ବା ଯୁବତୀଙ୍କ ତ୍ୱଚା ରୁକ୍ଷ, ସେମାନଙ୍କୁ ଅଧିକ ସମସ୍ୟା ଭୋଗିବାକୁ ପଡ଼େ। ତ୍ୱଚାର ରୁକ୍ଷତା ଯୋଗୁ ମୁଁହ ଫାଟିବା ପରି ସମସ୍ୟା ସୃଷ୍ଟି ହୁଏ।
ତେବେ ଏପରି ସମସ୍ୟା ଉପୁଜିଲେ, ସାଧାରଣତଃ ମହିଳାମାନେ ତ୍ୱଚାକୁ କୋମଳ କରିବା ପାଇଁ ବିଭିନ୍ନ ବିୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି। ତେବେ ଏହିସବୁ ପ୍ରଡକ୍ଟରେ କେମିକାଲ୍ ମିଶିଥିବା ଯୋଗୁ ଅନେକ ସମୟରେ ଶରୀରରେ ରିଆକ୍ସନ୍ ମଧ୍ୟ ହୋଇଥାଏ। ଯଦି ଆପଣଙ୍କ ତ୍ୱଚା ରୁକ୍ଷ ଏବଂ ଆପଣ ଏଥିପାଇଁ ବିୟୁଟି ପ୍ରଡକ୍ଟ ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି, ତେବେ ଏପରି କରନ୍ତୁ ନାହିଁ।
ଆପଣ ଏଥିପାଇଁ ଗ୍ଲିସେରିନ୍ର ବ୍ୟବହାର କରିପାରିବେ। ଗ୍ଲିସେରିନ୍ର ବ୍ୟବହାର ସାଧାରଣତଃ ବିୟୁଟି କ୍ରିମ୍, ମୟଶ୍ଚରାଇଜର୍ ଓ ଶାମ୍ପୁରେ କରାଯାଇଥାଏ। ଲିପ୍ବାମ୍ର ବ୍ୟବହାର ବଦଳରେ ଓଠରେ ଗ୍ଲିସେରିନ୍ ଲଗାଇବା ଦ୍ୱାରା ଅଧିକ ଲାଭଦାୟକ ହୋଇଥାଏ। ଏହା ଓଠକୁ କୋମଳ କରିଥାଏ।
ଏବେ ଆସନ୍ତୁ ଜାଣିବା, ଗ୍ଲିସେରିନ୍ର ବ୍ୟବହାର ଓ ଏଥିରୁ ମିଳୁଥିବା ଫାଇଦା ସମ୍ପର୍କରେ।
୧. ଗ୍ଲିସେରିନ୍ ମୁହଁ ପାଇଁ ଏକ ଉତ୍ତମ ମୟଶ୍ଚରାଇଜର୍। ନିୟମିତ ଗ୍ଲିସେରିନ୍ ଲଗାଇବା ଦ୍ୱାରା ମୁହଁ ସଫା ଓ ସତେଜ ରହିଥାଏ।
୨. ଗ୍ଲିସେରିନ୍ ଲଗାଇବା ଦ୍ୱାରା ଏହା ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା କ୍ଷତିକାରକ ବାଇଗଣୀ କିରଣରୁ ମୁହଁକୁ ସୁରକ୍ଷା ଦେଇଥାଏ। ଏହାସହ ମୁହଁକୁ ସୁନ୍ଦର ଓ ଆକର୍ଷଣୀୟ କରିଥାଏ।
୩. ମୁହଁରେ ସୃଷ୍ଟି ହୋଇଥିବା କିଛି ସମସ୍ୟାରୁ ଗ୍ଲିସେରିନ୍ ଲଗାଇବା ଦ୍ୱାରା ମୁକ୍ତି ମିଳିଥାଏ। ଏକ୍ଜିମା ଓ ସାୟରୋସିସ୍ ସମସ୍ୟା ପାଇଁ ଗ୍ଲିସେରିନ୍ ବ୍ୟବହାର କରିବା ଲାଭଦାୟକ।
୪. ପାଦ ଫାଟିଥିଲେ, ଗ୍ଲିସେରିନ୍ ଲଗାଇବା ଦ୍ୱାରା ସେଥିରୁ ଆରୋଗ୍ୟ ମିଳିଥାଏ।
୫. ଗ୍ଲିସେରିନ୍କୁ ମୟଶ୍ଚରାଇଜର୍ ଭାବେ ବ୍ୟବହାର କରାଯାଇଥାଏ। ସେଥିପାଇଁ ଗ୍ଲିସେରିନ୍ରେ ଗୋଲାପ ଜଳ ମିଶାନ୍ତୁ। ସେହି ମିଶ୍ରଣକୁ ପ୍ରତିଦିନ ଶୋଇବା ପୂର୍ବରୁ ମୁହଁରେ ଲଗାଇ ଦିଅନ୍ତୁ। ସକାଳୁ ଉଠି ଭଲ ଭାବେ ମୁହଁ ଧୁଅନ୍ତୁ। ଏପରି କରିବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଏହା ଅଧିକ ଆକର୍ଷଣୀୟ ଲାଗିଥାଏ।
from Odisha Reporter http://bit.ly/2CWz5jd
No comments:
Post a Comment