ପୁଅର ବଲିଉଡ୍‌ ଏଣ୍ଟ୍ରିକୁ ନେଇ ଏହି ସର୍ତ୍ତ ରଖିଛନ୍ତି ଆମୀର୍‌ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

ପୁଅର ବଲିଉଡ୍‌ ଏଣ୍ଟ୍ରିକୁ ନେଇ ଏହି ସର୍ତ୍ତ ରଖିଛନ୍ତି ଆମୀର୍‌ ଖାନ୍‌

ମୁମ୍ୱାଇ: ବଲିଉଡ୍‌ରେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର୍‌ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ଙ୍କର ଏଣ୍ଟ୍ରି ହୋଇସାରିଛି। ବର୍ତ୍ତମାନ ସୁପର୍‌ଷ୍ଟାର୍‌ ଆମୀର୍‌ ଖାନ୍‌ଙ୍କର ପୁଅ ଜୁନୈଦ୍‌ ଖାନ୍‌ଙ୍କର ବଲିଉଡ୍‌ରେ ଏଣ୍ଟ୍ରି ହେବାକୁ ଯାଉଛି। କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ଆମୀର୍‌ଙ୍କ ପୁଅ ଜୁନୈଦ୍‌ ନିର୍ଦ୍ଦେଶନାରେ ଯୋଗ ଦେବା ପାଇଁ ଚାହୁଁଛନ୍ତି।

କିନ୍ତୁ ଜୁନୈଦ୍‌ ଅଭିନେତା ଭାବେ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଆମୀର୍‌ ଖାନ୍‌ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।

କିନ୍ତୁ କେଉଁ ଫିଲ୍ମରେ ଜୁନୈଦ୍‌ କାମ କରିବେ ଏହାକୁ ନେଇ ଆମୀର୍‌ କିଛି କହିନାହାନ୍ତି। ଆମୀର୍‌ଙ୍କର କହିବା ଅନୁସାରେ, ସେ ବର୍ତ୍ତମାନ ତାଙ୍କ ପୁଅ ଜୁନୈଦ୍‌ ପାଇଁ ଭଲ କାହାଣୀ ଖୋଜୁଛନ୍ତି। କିନ୍ତୁ ଆମୀର୍‌ ଗୋଟିଏ ସର୍ତ୍ତରେ ଜୁନୈଦ୍‌ଙ୍କୁ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଦେବେ ବୋଲି କହିଛନ୍ତି।

ସର୍ତ୍ତ ଅନୁସାରେ, ଜୁନୈଦ୍‌ଙ୍କୁ ପ୍ରଥମେ ସ୍କ୍ରିନ୍‌ ଟେଷ୍ଟରେ ପାସ୍‌ କରିବାକୁ ପଡ଼ିବ। ଆମୀର୍‌ଙ୍କର ଇଚ୍ଛା ତାଙ୍କ ପୁଅ ଜୁନୈଦ୍‌ ଜଣେ ଷ୍ଟାର୍‌ କିଡ୍‌ ଭାବେ ନୁହେଁ, ବରଂ ନିଜ କ୍ଷମତା ଅନୁସାରେ ବଲିଉଡ୍‌ରେ ଏଣ୍ଟ୍ରି କରନ୍ତୁ। ସାମର୍ଥ୍ୟ ଅନୁସାରେ ବଲିଉଡ୍‌ରେ ପରିଚୟ ତିଆରି କରିବା ପାଇଁ ଆମୀର୍‌ ବିଶ୍ୱାସ ରଖିଛନ୍ତି।
ଆମୀର୍‌ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଜୁନୈଦ୍‌ର ଅଭିନୟ ଦେଖିଛି ଏବଂ ତା ଅଭିନୟରେ ମୁଁ ବହୁତ ଖୁସି ମଧ୍ୟ। କିନ୍ତୁ ମୁଁ ସ୍କ୍ରିନ୍‌ ଟେଷ୍ଟ୍‌ ଉପରେ ବିଶ୍ୱାସ କରେ। ଏଥିପାଇଁ ଜୁନୈଦ୍‌ ସ୍କ୍ରିନ୍‌ ଟେଷ୍ଟରେ ପାସ୍‌ କରିବା ପରେ ହିଁ କାମ କରିପାରିବେ। ଯଦି ମୋ ପୁଅ ସ୍କ୍ରିନ୍‌ ଟେଷ୍ଟରେ ପାସ୍‌ କରି ପାରିବ ନାହିଁ, ତେବେ ମୋତେ ଲାଗୁନାହିଁ ଯେ, ମୋ ପୁଅ ଜଣେ ଭଲ ଅଭିନେତା ହୋଇପାରିବ। ଭବିଷ୍ୟତରେ ଯଦି କେବେ ମୋ ଉପରେ ବାୟୋପିକ୍‌ ହେବ, ତେବେ ମୁଁ ଚାହୁଁଛି, ମୋ ପୁଅ ମୋ ଚରିତ୍ରରେ ଅଭିନୟ କରୁ। ମୋତେ ବିଶ୍ୱାସ ଅଛି ଯେ, ଜୁନୈଦ୍‌ ପରଦାରେ ମୋର ଅଭିନୟ ଭଲରେ କରିପାରିବ।“

ଆମୀର୍‌ଙ୍କର ପୁଅ ଜୁନୈଦ୍‌ ଖାନ୍‌ ଦୁଇବର୍ଷ ଧରି ଲସ୍‌ଆଞ୍ଜେଲସ୍‌ରେ ‘ଆମେରିକାନ୍ ଆକାଡେମୀ ଅଫ୍‌ ଡ୍ରାମାଟିକ୍ସ ଆର୍ଟସ୍‌’ ଥିଏଟର୍‌ରେ ଟ୍ରେନିଙ୍ଗ୍‌ ନେଉଛନ୍ତି।

 



from Odisha Reporter http://bit.ly/2HzIOAx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages