ଶ୍ରୀମନ୍ଦିର ନୀତି ଶୃଙ୍ଖଳିତ କରିବାକୁ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଶ୍ରୀମନ୍ଦିର ନୀତି ଶୃଙ୍ଖଳିତ କରିବାକୁ ଚିଠି

puri

ପୁରୀ(ମଧୂସୁଦନ ମିଶ୍ର): ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନଙ୍କୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିସହ ନୀତି ସବ୍ କମିଟି ଓ ପରିଚାଳନା କମିଟିର ଅନୁମୋଦନ କ୍ରମେ ପ୍ରସ୍ତୁତ ନୀତି ନିର୍ଘଣ୍ଟ ପଠାଯାଇଛି।

ଶ୍ରୀଜିଉଙ୍କ ଦୈନନ୍ଦିନ ନୀତି ନିର୍ଦ୍ଧାରିତ ସମୟରେ କରିବା ପାଇଁ ସବୁ ପାଳିଆ ସେବକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଲେଖାଯାଇଛି। କୌଣସି ପରିସ୍ଥିତିରେ ନୀତି ଯେପରି ବିଳମ୍ବ ନ ହେବ ସେଥିପ୍ରତି ଧ୍ୟାନ ଦେବାସହ ଜାଣିଶୁଣି ନୀତିରେ ବିଳମ୍ବ ଘଟାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି।

ଗତ ଡିସେମ୍ବର ୨୮ରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ସିଂହଦ୍ୱାର ସମ୍ମୁଖରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ରହିଥିଲେ। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା।



from Odisha Reporter http://bit.ly/2sIHOzR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages