ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଗାଁ ଲୋକଙ୍କ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଗାଁ ଲୋକଙ୍କ ବିରୋଧ

ପାରାଦୀପ (ରମାକାନ୍ତ ନାୟକ): ମହାନଦୀ ମୁହାଣର ନିପାଣିଆରେ ଡ଼ଙ୍ଗାବୁଡ଼ି ୧୦ ଜଣଙ୍କ ଜୀବନ ଯାଇଛି। ଘଟଣା ଘଟିବାର ଦୁଇ ଦିନ ପରେ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଆଜି କୁଜଙ୍ଗର ହସିନା ଗାଁକୁ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ଯାଇଥିଲେ। ମାତ୍ର ସେଠାରେ ସେମାନଙ୍କୁ ଗାଁ ଲୋକେ ବିରୋଧ କରିଦେଇଥିଲେ। ହୋ-ହଲ୍ଲା ଯୋଗୁ ମନ୍ତ୍ରୀ, ସାଂସଦ ଓ ବିଧାୟକ ଫେରି ଆସିଛନ୍ତି।

ଡ଼ଙ୍ଗା ବୁଡ଼ିରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଥିଲା ହସିନାଁ ଗାଁ। ଏହି ଗାଁର ୧୦ ଜଣଙ୍କ ଜୀବନ ଯାଇଛି। ଗତକାଲି ଗାଁ ଶ୍ମଶାନରେ ଏକ ସଙ୍ଗେ ଜଳିତ ସମସ୍ତଙ୍କ ଶବ। ପୂରା ଗାଁରେ ଶୋକର ଛାୟା ଖେଳି ଯାଇଛି। ତେବେ କାହାକୁ କିଛି ନଜଣାଇ ଆଜି ସକାଳେ ମନ୍ତ୍ରୀ ପ୍ରଫୁଲ ସାମଲ, ସାଂସଦ କୁଳମଣି ସାମଲ, ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲାପାଳ ଜାମିନୀ ଷଡ଼ଙ୍ଗୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଗାଁରେ ପହଞ୍ଚିଥିଲେ।

ଗାଁ ମଝିରେ ଅତିଥିଙ୍କ ପାଇଁ ଚେୟାର ପଡ଼ିଲା। ମନ୍ତ୍ରୀ ଓ ଅଧିକାରମାନେ ବସିଲେ। ବିଜେଡି କର୍ମୀମାନେ ଗାଁ ଭିତରକୁ ଯାଇ କେତେକ ମୃତକଙ୍କ ପରିବାର ଲୋକଙ୍କୁ ଡ଼ାକି ଆଣିଥିଲେ। କିନ୍ତୁ ସବୁକ୍ଷେତ୍ରରେ ସାଥୀରେ ଥିବା ସ୍ଥାନୀୟ ସରପଞ୍ଚକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଗାଁ ଲୋକେ ସେଠାରେ ପହଞ୍ଚି ହୋ-ହଲ୍ଲା କରିଥିଲା। ଫଳରେ ମନ୍ତ୍ରୀ, ସାଂସଦ ଓ ବିଧାୟକ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଆଉ ସାଥୀରେ ଆଣିଥିବା ସହାୟତା ଚେକ୍‌ ଗୁଡ଼ିକୁ ସ୍ଥାନୀୟ ତହସିଲଦାରଙ୍କୁ ଦେଇଯାଇଥିଲେ। ତହସିଲଦାର ଓ ଆର୍‌ଆଇ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଆଧାର କାର୍ଡ଼ ଯାଞ୍ଚ କରି ଚେକ୍‌ ବଣ୍ଟନ କରିଥିଲେ।

ସୂଚନାରୁ ପ୍ରକାଶ, ମୃତକଙ୍କ ପରିବାରକୁ ୪ ଲକ୍ଷ ବଦଳରେ ୧୦ ଲକ୍ଷ ଟଙ୍କା, ଗିରଫ ଡଙ୍ଗା ଚାଳକଙ୍କୁ ଛାଡ଼ିବା ପ୍ରମୁଖ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ୧୧ ତାରିଖରେ ଦାବି ସମ୍ପର୍କରେ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ହେଲେ ଜିଲ୍ଲା ପ୍ରଶାସନ ଦାବି ଗୁଡ଼ିକୁ ଅଣଦେଖା କରି ତରବରିଆ ଭାବେ ଆଜି ସହାୟତା ଚେକ୍‌ ବଣ୍ଟନ କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।



from Odisha Reporter http://bit.ly/2AwFj7Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages