ବିଜେପିକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଲେ ମାୟାବତୀ ଓ ଅଖିଲେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ବିଜେପିକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଲେ ମାୟାବତୀ ଓ ଅଖିଲେଶ

mayabati

ଲକ୍ଷ୍ନୌ: ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପିକୁ ଚ୍ୟାଲେଞ୍ଜ୍ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି) ଓ ମୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି)। ସାଧାରଣ ନିର୍ବାଚନ ପାଇଁ ଏ ଦୁଇ ଦଳ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ ବୁଝାମଣା ନେଇ ଦୁଇ ଦଳ ଖୁବ୍ ଶୀଘ୍ର ଘୋଷଣା କରିବେ।

ଏସ୍‌ପି ଓ ବିଏସ୍‌ପି ଆସନ୍ତା ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶରେ ମୋଟ ୮୦ଟି ଲୋକସଭା ଆସନ ଥିବା ବେଳେ ଉଭୟ ୩୭ଟି ଲେଖାଏ ଆସନରେ ପ୍ରାର୍ଥୀ ଦେବେ।

କଂଗ୍ରେସ ସହିତ ସେମାନେ ଆସନ ଭାଗବଣ୍ଟା ନେଇ କୌଣସି ବୁଝାମଣା କରିବେ ନାହିଁ। ତେବେ ଆମେଠି ଓ ରାଏ ବରେଲିରେ ଉଭୟ ଦଳ ପ୍ରାର୍ଥୀ ଦେବେ ନାହିଁ। କାରଣ ଆମେଠିରୁ ରାହୁଲ ଗାନ୍ଧି ଛିଡ଼ା ହେଉଥିବା ବେଳେ ରାଏ ବରେଲିରୁ ସୋନିଆ ଗାନ୍ଧି ଛିଡ଼ା ହେଉଛନ୍ତି।

ସେହିପରି ଜାଠ୍ ନେତା ଅଜିତ୍ ସିଂହଙ୍କ ନେତୃତ୍ୱାଧୀନ ଆର୍‌ଏଲ୍‌ଡି, ନିଶଦ ପାର୍ଟି ଓ ଆପ୍‌ନା ଦଳ ପାଇଁ ଏହି ଦୁଇ ଦଳ ବାକି ଆସନରେ ପ୍ରାର୍ଥୀ ନ ଦେବାକୁ ସ୍ଥିର କରିଛନ୍ତି।

ଜାନୁଆରୀ ୧୫ ତାରିଖରେ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ଜନ୍ମଦିନ ଅବସରରେ ଆସନ ବୁଝାମଣା ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି କୁହାଯାଉଛି। ଏହି ଦିନ ଅଖିଲେଶ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ତାଙ୍କ ଲକ୍ଷ୍ମୌ ସ୍ଥିତ ବାସଭବନରେ ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବେ। ଆଉ ଏହି ଅବସରରେ ଲୋକସଭା ନିର୍ବାଚନ ପାଇଁ ଦୁଇ ଦଳର ମେଣ୍ଟ ସଂପର୍କରେ ଘୋଷଣା କରାଯିବ।

୨୦୧୪ ଲୋକସଭା ନିର୍ବଚନରେ ଉତ୍ତର ପ୍ରଦେଶରେ ବିଜେପି ୭୧ଟି ଆସନ ଜିତିଥିଲା। ଏସ୍‌ପି ମାତ୍ର ୫ଟି ଆସନ ଜିତିଥିବା ବେଳେ ବିଏସ୍‌ପି ଗୋଟିଏ ବି ଆସନ ପାଇ ନଥିଲା। କଂଗ୍ରେସ ଓ ଆପ୍‌ନା ଦଳ ଦୁଇଟି ଲେଖାଏ ଆସନରେ ଜିତିଥିଲେ।



from Odisha Reporter http://bit.ly/2LRP0Cs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages