
ନାପିଅର: ଟିମ୍ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ହୋଇଥିବା ପ୍ରଥମ ଦିନିକିଆରେ ଘଟିଥିବା ଏକ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭାରତ ଏହି ମ୍ୟାଚ୍ରେ ବେଶ ସହଜରେ ୮ ୱିକେଟ୍ରେ ଜିତିଥିଲା। ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୫୭ ରନ୍ କରିଥିବା ବେଳେ ଭାରତ ଦୁଇ ୱିକେଟ୍ ହରାଇ ୧୫୬ ରନ୍ କରି ଡିଏଲ୍ ନିୟମ ଅନୁଯାୟୀ ବିଜୟୀ ହୋଇଥିଲା।
ତେବେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ବେଳେ ଏକ ଅଜବ ଘଟଣା ଘଟିଥିଲା। ଯାହାକୁ ଦେଖି ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ନିଜର ହସ ସମ୍ଭାଳି ପାରି ନଥିଲେ। କେବଳ ରୋହିତ ନୁହନ୍ତି, କମେଣ୍ଟେଟରମାନେ ହସି ପକାଇଥିଲେ।
ମ୍ୟାଚ୍ର ୩୬ତମ ଓଭର୍ରେ ନ୍ୟୁଜିଲ୍ୟାଣ୍ଡର ୧୧ ନଂ ବ୍ୟାଟସ୍ମ୍ୟାନ୍ ଭାବେ ଟ୍ରେଣ୍ଟ ବୋଲ୍ଟ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ସମୟରେ ୟୁଜବେନ୍ଦର ଚହଲ ବୋଲିଂ କରୁଥିଲେ। ୱିକେଟ୍ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବୋଲ୍ଟ ପ୍ରଥମେ କ୍ରିଜ୍ରୁ ବାହାରି ଚହଲଙ୍କ ବଲ୍କୁ ମାରିବାକୁ ଚେଷ୍ଟା କରିଥିଲେ। ହେଲେ ବଲ୍ଟି ସ୍ପିନ୍ ହେବାରୁ ବେଶ ନିଆରା ଶୈଳୀରେ ବୋଲ୍ଟ ଏହାକୁ ଡିଫେନ୍ସ କରିଦେଇଥିଲେ। ଏହାକୁ ଦେଖି ପ୍ରଥମ ସ୍ଲିପ୍ରେ ରହିଥିବା ରୋହିତ ଆଶ୍ଚର୍ଯ୍ୟ ହେବା ସହ ହସିବା ଆରମ୍ଭ କରିଥିଲେ।
ତେବେ ବୋଲ୍ଟ ମାତ୍ର ୧୦ଟି ବଲ୍ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ପରାମର୍ଶକ୍ରମେ କୁଲଦୀପ ଯାଦବ ପକାଇଥିବା ବଲ୍ରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।
ଦେଖନ୍ତୁ ଭିଡିଓ
— Mushfiqur Fan (@NaaginDance) January 23, 2019
from Odisha Reporter http://bit.ly/2RJBPcS
No comments:
Post a Comment