
ଭୁବନେଶ୍ୱର:ପାରିବାରିକ ଆଶୀର୍ବାଦ ଯୋଗୁ ଅନାୟସରେ କଂଗ୍ରେସ ଅଧ୍ୟକ୍ଷ ହୋଇପାରିଥିବା ରାହୁଲ ଗାନ୍ଧି ୨୦୧୯ରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାନେଇ ଚର୍ଚ୍ଚା ଜୋର ଧରିଛି। ସାଧାରଣ ନିର୍ବାଚନକୁ ବେଶ୍ କିଛି ଦିନ ବାକିଥିବାବେଳେ ବିଭିନ୍ନ ରାଜ୍ୟରେ ରାଜନୀତିକ ଉଷ୍ପତା ଆରମ୍ଭ ହୋଇସାରିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଫାନୀ ଓଡ଼ିଶା ଗସ୍ତ କାରଣରୁ ରାଜ୍ୟରେ ଅଦିନିଆ ନିର୍ବାଚନ ମାହୋଲ ତିଆରି ହୋଇଥିବାବେଳେ ଆସନ୍ତା ଜାନୁଆରୀ ୨୫ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି।
ତେବେ ଏହା ପୂର୍ବରୁ ରାଜ୍ୟର ଯୁବ ପିଢ଼ିଙ୍କ ମଧ୍ୟରେ ରାହୁଲଙ୍କ ଲୋକପ୍ରିୟତା କ’ଣ ରହିଛି, ତାହା ମାପିହୋଇଯାଇଛି। ଇଣ୍ଡିଆ ଟୁଡେ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ମାଇଣ୍ଡ ରକ୍ସ କନ୍ଫରେନ୍ସରେ ଏଭଳି ଏକ ସ୍ଥିତି ଉପୁଜିଥିଲା। ଇଣ୍ଡିଆ ଟୁଡେ ସମ୍ପାଦକ ରାଜ୍ ଚେଙ୍ଗାପ୍ପା ଉପସ୍ଥିତ ଯୁବକ ଯୁବତୀଙ୍କୁ ପ୍ରଶ୍ନ କରିଥିଲେ, ‘ରାହୁଲ ପ୍ରଧାନମନ୍ତ୍ରୀ ହୋଇପାରିବେ ତ, କିଏ କିଏ ହଁ କହୁଛ?’। ଏଥର ମୋଦି ମୋଦି ନାରା ଶୁଣିବାକୁ ମିଳିଥିଲା। ରାଜ୍ ପୁଣି କହିଥିଲେ, ମୁଁ ରାହୁଲଙ୍କ ନାଁ ଶୁଣିବାକୁ ଚାହୁଁନି, ହଁ କିନାରେ ଉତ୍ତର ଦିଅନ୍ତୁ।
ସମସ୍ତ ନିରୁତ୍ତର ରହିବାରୁ ସେ ଦୋହରାଇଥିଲେ କିଏ କିଏ ନା କହୁଛନ୍ତି। ଏଥର ସମସ୍ତ ଏକସ୍ୱରରେ ‘ନୋ’ ଚିଲ୍ଲାଇଥିଲେ। କିନ୍ତୁ କିଏ ହଁ କରୁଛ ପଚରାଯିବାରୁ ସମସ୍ତେ ହସିବାକୁ ଆରମ୍ଭ କରିଥିଲେ। ସତେ ଯେପରି ପ୍ରଧାନମନ୍ତ୍ରୀ ପାଇଁ ଭୁଲ ଲୋକର ନାମ ନିଆଯାଉଛି।
ଏପରି ସୁଯୋଗକୁ ହାତଛଡ଼ା କରିନାହାନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ସେ ଲହି ଭିଡିଓକୁ ଟ୍ୱିଟ୍ କରି କହିଛନ୍ତି, “ଭୁବନେଶ୍ୱରର ଯୁବବର୍ଗଙ୍କ ମଧ୍ୟରେ ମିଛ ସମ୍ରାଟ ଶ୍ରୀ ରା-ଫେଲ୍ ଗାନ୍ଧିଙ୍କ ଲୋକପ୍ରିୟତା ଏବଂ ତାଙ୍କ ଉପରେ ବିଶ୍ୱାସ ଦେଖିବାଭଳି। ଯୁବବର୍ଗଙ୍କ ଏହି ପ୍ରଚଣ୍ଡ ସ୍ୱର ଭୁଲ୍ରେ ବି ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀଭାବରେ ଦେଖିବାକୁ ଚାହେଁନି, ଏହା କେବଳ ଭୁବନେଶ୍ୱର ନୁହେଁ ସମ୍ପୂର୍ଣ୍ଣ ଭାରତର ସ୍ୱର।”
भुवनेश्वर के युवाओं में ‘झूठ सम्राट’ श्री रा-फेल गांधी की लोकप्रियता और उन पर विश्वास देखने लायक है।
युवाओं की यह प्रचण्ड आवाज़ जो गलती से भी @RahulGandhi को प्रधानमंत्री पद के लायक नहीं समझती है, भुवनेश्वर के युवाओं की ही नहीं बल्कि संपूर्ण भारत के युवाओं की आवाज़ है। pic.twitter.com/x21x0ayQNi
— Dharmendra Pradhan (@dpradhanbjp) January 10, 2019
from Odisha Reporter http://bit.ly/2slp49u
No comments:
Post a Comment