
ମାଲକାନଗିରି (ଜିତେନ୍ଦ୍ର ବେଉରା): ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଶିଶୁ। ମୃତ ଦୁଇ ଶିଶୁ ସମ୍ପର୍କୀୟ ଭାଇଭଉଣୀ ବୋଲି ଜଣାପଡ଼ିଛି। ଏ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ୍ ସାଲିମାରିକୁଣ୍ଡା ଗାଁରେ।
ମୃତକମାନେ ହେଲେ ରାନୀ ପଡ଼ିଆମୀ ଓ ବିବେକ ମାଡ଼କାମୀ। ରାନୀଙ୍କର ବୟସ ୫ ବର୍ଷ ହୋଇଥିବା ବେଳେ ବିବେକଙ୍କ ବୟସ ୬ ବର୍ଷ ବୋଲି ଜଣାପଡ଼ିଛି।
ଆଜି ସକାଳେ ଭାଇଭଉଣୀ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ଚାରିଆଡ଼େ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ଦୁହେଁ ପୋଖରୀ ଭାସୁଥିବା ଦେଖିଥିଲେ। ସେମାନଙ୍କୁ ଉଦ୍ଧାର କରି କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।
from Odisha Reporter http://bit.ly/2VLAdgZ
No comments:
Post a Comment