ରାଶି ଅନୁସାରେ ଘରକୁ ଆଣନ୍ତୁ ପୋଷା ପ୍ରାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ରାଶି ଅନୁସାରେ ଘରକୁ ଆଣନ୍ତୁ ପୋଷା ପ୍ରାଣୀ

puspa1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ଲୋକେ ଘରେ ଗୃହପାଳିତ ପ୍ରାଣୀ ରଖନ୍ତି। ପଶୁପକ୍ଷୀ ସେମାନଙ୍କର ଅତି ପ୍ରିୟ ହୋଇଥାନ୍ତି। ଏହି ପଶୁପକ୍ଷୀଙ୍କ ସହିତ ସେମାନେ ଭାବନାତ୍ମକ ଭାବରେ ଯୋଡ଼ି ହୋଇ ମଧ୍ୟ ରହିଥାନ୍ତି। ସେହିପରି ଏପରି କିଛି ଲୋକ ଥାଆନ୍ତି, ଯେଉଁମାନେ ନିଜର ଏକୁଟିଆପଣ ଦୂର କରିବା ପାଇଁ ପ୍ରାଣୀ ପାଳିଥାନ୍ତି। ହେଲେ ଜାଣିଛନ୍ତି, ପୋଷା ପ୍ରାଣୀ ଘରେ ରହିବା ଦ୍ୱାରା ଏକ ଅଲଗା ପ୍ରକାର ପରିବେଶ ସୃଷ୍ଟି ହୋଇଥାଏ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଉତ୍ତମ କାର୍ଯ୍ୟ ବୋଲି ମଧ୍ୟ କୁହାଯାଇଛି।
ଜ୍ୟୋତିଷ ଶାସ୍ତ୍ରରେ ରାଶି ଅନୁଯାୟୀ ପ୍ରାଣୀ ପୋଷିବାର ବ୍ୟବସ୍ଥା ବିଷୟରେ ଅନେକ କିଛି କୁହାଯାଇଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ମେଷ: ଏହି ରାଶିର ବ୍ୟକ୍ତି କୁକୁର ପାଳିବା ଉଚିତ୍‌।

ବୃଷ: ଏହି ରାଶିର ବ୍ୟକ୍ତି ବିଲେଇ ପାଳିଲେ ଶୁଭ ହୋଇଥାଏ।

ମିଥୁନ: ଏହି ରାଶିର ବ୍ୟକ୍ତି ଶୁଆ ପାଳିବା ଉଚିତ୍‌।

କର୍କଟ: ଜ୍ୟୋତିଷ ଶାସ୍ତ୍ରରେ ଏହି ରାଶିର ବ୍ୟକ୍ତିଙ୍କୁ ମୂଷା ପାଳିବା ପାଇଁ ପରାମର୍ଶ ଦିଆଯାଇଛି।

ସିଂହ: ଏହି ରାଶିର ବ୍ୟକ୍ତି ଘୋଡ଼ା ପାଳିବା ଶୁଭ ହୋଇଥାଏ।

କନ୍ୟା: ଏହି ରାଶିର ବ୍ୟକ୍ତି ମାଛ ପାଳିବା ଉଚିତ୍‌।

ତୁଳା: ଏହି ରାଶିର ବ୍ୟକ୍ତି ଜଙ୍ଗଲି ବିଲେଇ ପାଳିଲେ ଶୁଭ ହୋଇଥାଏ।

ବିଚ୍ଛା: ଏହି ରାଶିର ବ୍ୟକ୍ତି ଘରୋଇ ବିଲେଇ ପାଳନ୍ତୁ।

ଧନୁ: ଏହି ରାଶିର ବ୍ୟକ୍ତି କଇଁଚ୍ଛ ପାଳିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

ମକର: ଏହି ରାଶିର ବ୍ୟକ୍ତି କୁକୁର ପାଳନ୍ତୁ।

କୁମ୍ଭ: ଏହି ରାଶିର ବ୍ୟକ୍ତି ରଙ୍ଗ-ବେରଙ୍ଗର ପକ୍ଷୀ ପାଳନ୍ତୁ।

ମୀନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଠେକୁଆ ପାଳିବା ଶୁଭ ହୋଇଥାଏ।



from Odisha Reporter http://bit.ly/2T38XJp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages