
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟାନୁଷ୍ଠାନ ଉପରେ ଏଆଇସିସିର ମୋହର ଲାଗିଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ କହିଛନ୍ତି।
ଆସନ୍ତା ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ଏହା ପୂର୍ବରୁ ଝାରସୁଗୁଡ଼ା ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେବେ ବୋଲି ମୁହଁ ଖୋଲିବା ପରେ ତାଙ୍କୁ ଦଳରୁ ନିଲମ୍ୱିତ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିବାରୁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ ଦଳର ନିଲମ୍ୱିତ କରାଯାଇଥିଲା।
from Odisha Reporter http://bit.ly/2RDpwyP
No comments:
Post a Comment