ପଣସରେ ରହିଛି ଏହି ସବୁ ଔଷଧୀୟ ଗୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ପଣସରେ ରହିଛି ଏହି ସବୁ ଔଷଧୀୟ ଗୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ଲୋକ ପଣସ ଖାଇବାକୁ ବେଶ୍ ଭଲ ପାଆନ୍ତି। ପଣସ କଠାକୁ ତରକାରୀ, ବରା ଓ ବିଭିନ୍ନ ଉପାୟରେ ଲୋକମାନେ ରୋଷେଇ କରି ଖାଇବାକୁ ଭଲପାଆନ୍ତି। ସେହିପରି ଏହା ପାଚିଗଲେ ମଧ୍ୟ ଲୋକମାନେ ଏହାର ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ଏହା ସ୍ୱାଦରେ ଯେମିତି ଭଲ, ଶରୀର ପକ୍ଷେ ମଧ୍ୟ ସେତିକି ଭଲ। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ଭିଟାମିନ୍-ଏ, ସି, ଫାଇବର୍ ,କ୍ୟାଲସିୟମ୍, ଆଇରନ୍, ଭିଟାମିନ-ଇ, କାର୍ବୋହାଇଡ୍ରେଟ୍ସ୍, ସେଲେନିୟମ୍ ଓ ପୋଟାସିୟମ୍ ଏଥିରେ ପ୍ରଚୁର ମାତ୍ରାରେ ଅଛି। ଯାହାକି ଆମ ଶରୀର ପାଇଁ ନିହାତି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ପଣସରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ।

  • ଆଜମା ରୋଗୀଙ୍କ ପାଇଁ ପଣସ ଖୁବ୍ ଉପକାରୀ। ପଣସକଠାକୁ ପାଣିରେ ସିଝାଇ ସେହି ପାଣିକୁ ଥଣ୍ଡା କରି ପ୍ରତିଦିନ ପିଇଲେ ଆଜମା ରୋଗରୁ ଉପଶମ ମିଳିଥାଏ।
  • ପଣସରେ ଥିବା ଭିଟାମିନ୍ ‘ସି’ ପାଇଁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ।
  • ପଣସରେ ଥିବା କ୍ୟାଲ୍‌ସିୟମ୍ ଓ ମ୍ୟାଗ୍ନେସିୟମ ହାଡ଼କୁ ମଜଭୂତ କରିଥାଏ।
  • ପଣସ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ଏଜେଣ୍ଟ ପରି ମଧ୍ୟ କାମ କରିଥାଏ। ଫଳରେ ଆମ ଚେହେରାର ସୌନ୍ଦର୍ଯ୍ୟ ରକ୍ଷା ହେବା ସହ କେଶର ମଧ୍ୟ ରକ୍ଷା ହୋଇଥାଏ।
  • ପଣସରେ ଥିବା ପୋଟାସିୟମ୍ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃଦରୋଗ ଜନିତ ରୋଗରୁ ମଧ୍ୟ ସୁରକ୍ଷିତ ରଖିଥାଏ।
  • ଏଥିରେ ଥିବା ଆଇରନ୍ ଏନିମିଆ ଓ ଅଲସର୍ ପରି ରୋଗରୁ ରକ୍ଷା କରିଥାଏ । ଏହା ସହ ପଣସ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରିତ ରଖିଥାଏ।

 



from Odisha Reporter http://bit.ly/2Rqguoz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages