ତିସାରା ପେରେରାଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ହାରିଲା ଶ୍ରୀଲଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ତିସାରା ପେରେରାଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ହାରିଲା ଶ୍ରୀଲଙ୍କା

ଓଭାଲ (ନ୍ୟୁଜିଲ୍ୟାଣ୍ଡ): ଅଲରାଉଣ୍ଡର ତିସାରା ପେରାରଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡଠାରୁ ପରାସ୍ତ ହୋଇଛି। ପେରେରା ମାତ୍ର ୫୭ଟି ବଲରେ ଶତକ ହାସଲ କରିଥିଲେ। ହେଲେ ଦଳର ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ଙ୍କ ସହଯୋଗ ନ ମିଳିବାରୁ ଶ୍ରୀଲଙ୍କା ୨୧ ରନ୍‌ରେ ଦ୍ୱିତୀୟ ଦିନିକିଆରେ ପରାସ୍ତ ହୋଇଛି। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ୩ଟିକିଆ ଦିନିକିଆ ସିରିଜ୍‌ରେ ୨-୦ରେ ଆଗୁଆ  ହେବାସହ ସିରିଜ୍‌ ଜିତିନେଇଛି।

ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି କଲିନ୍‌ ମନରୋଙ୍କ ୮୭, ରସ୍‌ ଟେଲରଙ୍କ ୯୦ ଓ ଜେମ୍ସ ନୀଶାମଙ୍କ ୬୪ ରନ୍‌ ବଳରେ ୭ ୱିକେଟ୍‌ ହରାଇ ୩୧୯ ରନ୍‌ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୧୨୮ ରନ୍‌ରେ ୭ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ପେରେରାଙ୍କ ବିସ୍ଫୋରକ ଶତକ ଯୋଗୁ ଶ୍ରୀଲଙ୍କା ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ସ୍କୋରର ନିକଟବର୍ତ୍ତୀ ହୋଇଥିଲା। ପେରେରା ମାତ୍ର ୭୪ଟି ବଲ୍‌ରେ ୧୪୦ ରନ୍‌ର ଇନିଂସ୍‌ ଖେଳିଥିଲେ। ଏଥିରେ ୧୩ଟି ଛକା ଓ ୮ଟି ଚୌକା ସାମିଲ ଥିଲା।

ଅନ୍ୟମାନଙ୍କ ମଧ୍ୟରେ ଦନୁସ୍କା ଗୁଣତିଲକ ୭୧ ରନ୍‌ କରିଥିବା ବେଳେ ଲସିଥ ମାଲିଙ୍ଗା ୧୭ ଓ କୁସାଲ ମେଣ୍ଡିସ ୨୦ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଫଳରେ ଶ୍ରୀଲଙ୍କା ୪୬.୨ ଓଭର୍‌ରେ ୨୯୮ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ସିରିଜ୍‌ର ଶେଷ ଦିନିକିଆ ମଙ୍ଗଳବାର ଖେଳାଯିବ।



from Odisha Reporter http://bit.ly/2Fc1gfR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages