
ଥିରୁଭନନ୍ତପୁରମ୍: ପରମ୍ପରା ବିରୋଧରେ ଅଧିକାରର ବିଜୟ ହୋଇଛି। ପରମ୍ପରା ଅନୁଯାୟୀ ସାବରୀମାଲା ମନ୍ଦିର ପ୍ରବେଶ ପାଇଁ ମନାଥିବା ବୟସର ଦୁଇ ମହିଳା ମନ୍ଦିର ପ୍ରବେଶ କରିବା ସହିତ ଭଗବାନ ଆୟପ୍ପାଙ୍କ ଦର୍ଶନ କରିଥିବା ଜଣାଯାଇଛି। ଏନେଇ କିଛି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ମଧ୍ୟ ଏପରି ହୋଇଥିବା ମାନିଛନ୍ତି।
ଅନ୍ୟପକ୍ଷରେ ଏପରି ବୟସର ମହିଳା ମନ୍ଦିର ପ୍ରବେଶ କରିବା ଅପବିତ୍ର ବୋଲି ବିଶ୍ୱାସ ରହିଥିବାରୁ ପରମ୍ପରା ଅନୁଯାୟୀ ମନ୍ଦିର ବନ୍ଦ କରି ଶୁଦ୍ଧିକରଣ କରାଯାଇଛି। ଆଜି ପୁଣି ଥରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବ କି ନା ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।
ସୂଚନାଯୋଗ୍ୟଯେ, ଏକ ନିର୍ଦ୍ଦିଷ୍ଟ ବୟସ ବର୍ଗର ମହିଳାଙ୍କ ମନ୍ଦିର ପ୍ରବେଶ ଉପରେ ପରମ୍ପରା ଅନୁଯାୟୀ କଟକଣା ରହିଆସୁଥିବାବେଳେ ସୁପ୍ରିମ୍କୋର୍ଟ ଏହା ବିରୋଧରେ ରାୟ ଦେଇ କହିଛନ୍ତି ସମସ୍ତ ବର୍ଗର ମହିଳା ମନ୍ଦିର ପ୍ରବେଶ କରିବାରେ କିଛି ସମସ୍ୟା ନାହିଁ। ଏହି ଐତିହାସିକ ରାୟ ପରେ ମଧ୍ୟ କେହି ପରମ୍ପରା ଭାଙ୍ଗିପାରିନଥିଲେ।
୪୦ ବର୍ଷ ପାଖାପାଖି ବୟସର ଏହି ଦୁଇ ମହିଳାଙ୍କ ନାମ ବିନ୍ଦୁ ଏବଂ କନକଦୁର୍ଗା ବୋଲି ଜଣାଯାଇଛି। ଭୋର ୩.୪୫ବେଳେ ଦୁଇ ମହିଳା ପହାଡ଼ ଶିଖରରେ ଥିବା ଏହି ତୀର୍ଥକ୍ଷେତ୍ରରେ ପହଞ୍ଚିଥିଲେ। ପାରମ୍ପରିକଭାବେ ସେମାନେ କଳା ପୋଷାକ ପିନ୍ଧିବା ସହିତ ପୁଲିସ୍ ସୁରକ୍ଷା ବଳୟରେ ପହଞ୍ଚିଥିବା ଭିଡିଓରୁ ଜଣାଯାଉଛି। ମଧ୍ୟରାତ୍ରିରୁ ହିଁ ସେମାନେ ପାହାଡ଼ ଉପରକୁ ଚଢ଼ିବା ଆରମ୍ଭ କରିଥିଲେ ବୋଲି ଜଣାଯାଇଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ କହିଛନ୍ତି, “ଏହା ସତ ଯେ ଦୁଇ ମହିଳା ମନ୍ଦିର ପ୍ରବେଶ କରିଛନ୍ତି। ଯେକେହି ମନ୍ଦିରକୁ ପୂଜା ପାଇଁ ଯିବେ ପୁଲିସ୍ ସୁରକ୍ଷା ଯୋଗାଇଦେବ।”
ଆରମ୍ଭରୁ ଟ୍ରାଭାଙ୍କୋର ଦେବସୋମ୍ ବୋର୍ଡ ମହିଳାଙ୍କ ମନ୍ଦିର ପ୍ରବେଶ ବାବଦରେ ନିଶ୍ଚିତ ନଥିବା ଜଣାଇଥିଲା। ପୁଲିସ୍ ଏପରି ଘଟିଥିବା ନିଶ୍ଚିତ କରିଛି ଏବଂ ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ପୂର୍ବରୁ ଟାଇମ୍ସ ନାଓ ସୂତ୍ରରୁ ଜଣାଯାଇଛି, ଦୁଇ ମହିଳା ‘ଇରୁମୁଡ୍ଡିକେତୁ’ ବିନା ମନ୍ଦିର ପ୍ରବେଶ କରିଥିଲେ ଏବଂ ପବିତ୍ର ୧୮ ପାହାଚ ଚଢ଼ିନଥିଲେ। ସେତେବେଳକୁ ସେଠାରେ ଗଣମାଧ୍ୟମରୁ କେହି ମଧ୍ୟ ନଥିଲେ ଏବଂ ସେଠାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ହାତଗଣତି ଥିଲା।
from Odisha Reporter http://bit.ly/2F26Dy8
No comments:
Post a Comment