ପ୍ରଥମଥର ପାଇଁ ଦିନିକିଆ ସିରିଜ୍‌ ଜିତିଲା ଏହି ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ପ୍ରଥମଥର ପାଇଁ ଦିନିକିଆ ସିରିଜ୍‌ ଜିତିଲା ଏହି ଦଳ

ନୂଆଦିଲ୍ଲୀ: କ୍ରିକେଟ୍‌ ଜଗତରେ ପ୍ରଥମଥର ପାଇଁ କୌଣସି ଦିନିକିଆ ସିରିଜ୍‌ ଜିତିବାର ଗୌରବ ହାସଲ କରିଛି ନେପାଳ। ଅଧିନାୟକ ପରାସ ଖାଡ଼କା ଦେଶର ପ୍ରଥମ ଖେଳାଳି ଭାବେ ଦିନିକିଆରେ ଶତକ ହାସଲ କରିବା ପରେ ନେପାଳ ୪ ୱିକେଟ୍‌ରେ ପ୍ରତିପକ୍ଷ ୟୁଏଇକୁ ପରାସ୍ତ କରି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି।

ପ୍ରଥମ ବ୍ୟାଟିଂ କରିଥିବା ୟୁଏଇ ୬ ୱିକେଟ୍‌ ହରାଇ ୨୫୪ ରନ୍‌ କରିଥିଲା। ୟୁଏଇ ଏକଦା ୪୭ ରନ୍‌ରେ ୪ଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ସାଇମନ୍‌ ଅନୱରଙ୍କ ୮୭ ଓ ମହମ୍ମଦ ବୋଟାଙ୍କ ୫୯ ରନ୍‌ ବଳରେ ଦଳ ୨୫୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଏହାର ଜବାବରେ ନେପାଳ ୧୯ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା। ତେବେ ଅଧିନାୟକ ପରାସ ଖାଡ଼କା ଏକାକୀ ୧୦୯ ବଲ୍‌ରେ ୧୧୫ ରନ୍‌ କରି ଦଳକୁ ୪୪.୪ ଓଭରରେ ବିଜୟୀ କରାଇଥିଲେ।

ପୂର୍ବରୁ ନେପାଳ ଓ ୟୁଇଏ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ ୧-୧ରେ ବରାବର ଥିଲା। ଏହି ବିଜୟ ସହ ନେପାଳ ୨-୧ରେ ଦିନିକିଆ ସିରିଜ୍‌ ଜିତି ଇତିହାସ ରଚିଛି।



from Odisha Reporter http://bit.ly/2DDnWED

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages