
ନୂଆଦିଲ୍ଲୀ: କନ୍ନଡ ଫିଲ୍ମର ବରିଷ୍ଠ ତଥା ଖ୍ୟାତନାମା ଅଭିନେତା ଏବଂ ପ୍ରଯୋଜକଙ୍କ ବିଭିନ୍ନ ଠିକଣାରେ ଆଜି ଆୟକର ବିଭାଗ (ଆଇଟି) ପକ୍ଷରୁ ଚଢ଼ଉ କରାଯାଇଛି। ପ୍ରାୟ ୨୦୦ ଜଣ ଆଇଟି ଅଧିକାରୀ କର୍ଣ୍ଣାଟକାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି। ଏହି ଚଢ଼ଉ ସମୟରେ କୋଟି କୋଟି ଟଙ୍କାର ଅଘୋଷିତ ଆୟ ଏବଂ ସୁନା ଗହଣା ଓ ବହୁ କାଗଜପତ୍ର ଜବତ କରାଯାଇଛି। ପ୍ରାୟ ୨୩ଟି ସ୍ଥାନରୁ ଏଭଳି ଜିନିଷ ଜବତ କରାଯାଇଥିବା ଜଣାପଡ଼ିଛି।
ଚଢ଼ଉର ସମ୍ମୁଖୀନ ହୋଇଥିବା ଷ୍ଟାର ମାନଙ୍କ ମଧ୍ୟରେ ଅଭିନେତା ଶିବ ରାଜକୁମାର ଏବଂ ତାଙ୍କ ଭାଇ ପୁନିତ୍ ରାଜକୁମାର ରହିଛନ୍ତି। ସେହିପରି ଅଭିନେତା ସୁଦୀପ ୟଶଙ୍କର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢ଼ଉ କରିଛି। ପ୍ରଯୋଜକ ରୋକଲାଇନ୍ ଭେଙ୍କଟେଶଙ୍କ ସମ୍ପତ୍ତିକୁ ମଧ୍ୟ ଆୟକର ବିଭାରଗ ତନ୍ନତନ୍ନ କରି ଯାଞ୍ଚ କରିଛି। ପ୍ରଯୋଜକ ସିଆର୍ ମନୋହର ଓ ବିଜୟ କିରାଗାନ୍ଦ୍ରୁଙ୍କ ଘରେ ମଧ୍ୟ ଆୟକର ବିଭାଗ ସର୍ଚ୍ଚ କରିଛି।
ଏହି କନ୍ନଡ ଅଭିନେତା ଏବଂ ପ୍ରଯୋଜକମାନେ ବେଶ ବଡ଼ ବଜେଟ୍ର ଫିଲ୍ମ କରୁଥିଲେ ହେଁ ଠିକ୍ ଭାବେ ଆୟକର ପୈଠ କରୁ ନଥିବା ଅଭିଯୋଗରେ ଏଭଳି ଚଢ଼ଉ କରାଯାଇଥିବା ଜଣାପଡ଼ିଛି।
from Odisha Reporter http://bit.ly/2GQkmul
No comments:
Post a Comment