
ସିଡ୍ନୀ: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ରେ ଆଜି ୱିକେଟ୍ କିପର୍ ଋଷଭ ପନ୍ତ ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର୍ ମହେନ୍ଦ୍ର ସିଂହ ଧୋନିଙ୍କର ୧୨ ବର୍ଷ ତଳର ଏକ ରେକର୍ଡ ଭାଙ୍ଗି ଦେଇଛନ୍ତି। ଦେଶ ବାହାରେ ଏକ ଟେଷ୍ଟ୍ ମ୍ୟାଚ୍ରେ ଭାରତୀୟ ୱିକେଟ୍ କିପର୍ ଭାବେ ଧୋନି ସବୁଠୁ ଅଧିକ ରନ୍ କରିଥିଲେ।
୨୦୦୬ ମସିହାରେ ପାକିସ୍ତାନର ଫୈସଲାବାଦ୍ରେ ଧୋନି ୧୪୮ ରନ୍ କରିଥିଲେ। ଆଜି ପନ୍ତ ୧୮୯ ବଲ୍ରୁ ୧୫୯ ରନ୍ କରି ଅପରାଜିତ ରହିଥିଲେ। ସେ ୧୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
ରବୀନ୍ଦ୍ର ଜାଡେଜା ୮୧ ରନ୍ କରି ଆଉଟ୍ ହୋଇଯିବା ପରେ ବିରାଟ କୋହଲି ପାଳି ଘୋଷଣା କରିଥିଲେ।
ବିଦେଶ ମାଟିରେ ଏସୀୟ ମହାଦେଶର ୱିକେଟ୍ କିପର୍ ଭାବେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ସେ ବାଂଲାଦେଶର ମୁଶିଫିକର ରହିମ୍ଙ୍କ ସମକକ୍ଷ ହୋଇଛନ୍ତି। ୨୦୧୭ରେ ୱିଲିଂଟନ୍ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ୧୫୯ ରନ୍ କରିଥିଲେ।
ଏହା ସହିତ ଅଷ୍ଟ୍ରେଲିଆରେ ଟେଷ୍ଟ୍ ମ୍ୟାଚ୍ରେ ଶତକ ମାରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍।
from Odisha Reporter http://bit.ly/2GUlJs2
No comments:
Post a Comment