
ନୂଆଦିଲ୍ଲୀ: ସମତା ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜ୍ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଆଜି ସକାଳ ପ୍ରାୟ ସାତଟା ବେଳେ ସେ ଦିଲ୍ଲୀରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ ଓ ସର୍ବସାଧାରଣରୁ ଦୂରେଇ ରହିଥିଲେ। କିଛି ଦିନ ହେଲା ସେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଥିଲେ।
ଭାରତୀୟ ରାଜନୀତିରେ ତାଙ୍କର ଐତିହାସିକ ଯୋଗଦାନ ରହିଛି। ସମତା ପାର୍ଟି ଗଠନ କରିବା ପୂର୍ବରୁ ସେ ଜନତା ଦଳରେ ଥିଲେ।
୧୯୯୮ରୁ ୨୦୦୪ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜର୍ଜ ଫର୍ଣ୍ଣାଡେଜ୍ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ଏହା ବ୍ୟତୀତ ସେ ଅନ୍ୟାନ୍ୟ ମନ୍ତ୍ରାଳୟ ଦାୟିତ୍ୱରେ ମଧ୍ୟ ରହିଥିଲେ। ୨୦୦୯ ଅଗଷ୍ଟରୁ ୨୦୧୦ ଜୁଲାଇ ପର୍ଯ୍ୟନ୍ତ ଶେଷ ଥର ପାଇଁ ସାଂସଦ ହୋଇଥିଲେ ଓ ରାଜ୍ୟସଭାରେ ଥିଲେ।
ଦେଶରେ ଯେତେବେଳେ ଜରୁରୀ କାଳୀନ ସ୍ଥିତି ଜାରି ହୋଇଥିଲା, ସେତେବେଳେ ସେ ସରକାର ବିରୋଧରେ ସ୍ୱର ଉଠାଇଥିଲେ ଓ ଜେଲ୍ ଯାଇଥିଲେ।
ସେ ସବୁବେଳେ ତାଙ୍କ ନେତୃତ୍ୱ ପାଇଁ ମନେ ରହିବେ। ୧୯୭୪ରେ ସେ ଯେଉଁ ରେଲୱେ ଆନ୍ଦୋଳନ କରିଥିଲେ ତାହା ସେତେବେଳର ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିଲା।
from Odisha Reporter http://bit.ly/2G7E4zB
No comments:
Post a Comment