ବିଜେଡିକୁ ମିଳିବ ୯ଟି ଆସନ, ୧୨ ଏମ୍‌ପି ସିଟ୍‌ ସହ ଆଗରେ ରହିବ ବିଜେପି: ରିପବ୍ଲିକ୍‌ ଟିଭି ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ବିଜେଡିକୁ ମିଳିବ ୯ଟି ଆସନ, ୧୨ ଏମ୍‌ପି ସିଟ୍‌ ସହ ଆଗରେ ରହିବ ବିଜେପି: ରିପବ୍ଲିକ୍‌ ଟିଭି ସର୍ଭେ

ନୂଆଦିଲ୍ଲୀ: ଦୀର୍ଘ ୧୯ ବର୍ଷ ହେଲା ଓଡ଼ିଶାରେ ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ(ବିଜେଡି)କୁ ୨୦୧୯ ସାଧାରଣ ନିର୍ବାଚନରେ ଜବରଦସ୍ତ ଝଟ୍‌କା ଲାଗିବ। ଇଣ୍ଡିଆ ଟୁଡେ-କାର୍ଭି ସର୍ଭେ ଭଳି ରିପ୍ଲବିକ୍‌ ଟିଭି-ସି ଭୋଟ୍‌ର ପକ୍ଷରୁ କରାଯାଇଥିବା ନ୍ୟାଶନାଲ ଆପ୍ରୁଭାଲ ରେଟିଂ ସର୍ଭେରେ ମଧ୍ୟ ଏଭଳି ଆକଳନ କରାଯାଇଛି।

ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେଡି ମାତ୍ର ୯ଟିରେ ହିଁ ଜିତିପାରିବ। ସେହିପରି ୨୦୧୪ରେ ମାତ୍ର ଗୋଟିଏ ଆସନ ଜିତିଥିବା ବିଜେପି ଏଥର ୧୨ଟି ଆସନ ପୋଛି ନେବ। ଗତଥର ପରି ଏଥର ମଧ୍ୟ କଂଗ୍ରେସ ଆଦୌ ଖାତା ଖୋଲି ପାରିବ ନାହିଁ।

ଗତ ଡିସେମ୍ବରରେ ହୋଇଥିବା ସର୍ଭେ ଅନୁଯାୟୀ, ବିଜେପି ୧୫ଟି ଓ ବିଜେଡି ୬ଟି ଆସନ ପାଇବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ସମୟ ବଦଳିବା ସହ ବିଜେପି ଆଉ ୩ଟି ଆସନ ହରାଇବାର ଆଶଙ୍କା ପ୍ରକାଶ ପାଇଛି।

ଅକ୍ଟୋବର ଓ ନଭେମ୍ବର ମାସର ସର୍ଭେ ଅନୁଯାୟୀ, ବିଜେଡି ୩୧.୬% ଭୋଟ ଶେୟାର ସହ ୬ଟି, ବିଜେପି ୩୯.୬% ଭୋଟ୍‌ ଶେୟାର ସହ ୧୩ଟି ଓ କଂଗ୍ରେସ ୨୩.୫% ଭୋଟ ଶେୟାର ସହ ୨ଟି ଆସନ ଜିତିବ ବୋଲି କୁହାଯାଇଥିଲା। ସଦ୍ୟ ସର୍ଭେ ଅନୁଯାୟୀ, ବିଜେଡିର ଭୋଟ ଶେୟାର ୩୦.୭%, କଂଗ୍ରେସର ୨୬.୨% ଓ ବିଜେପିର ୩୩.୨ % ରହିବ। ସେହିପରି ଅନ୍ୟାନ୍ୟ ଦଳ ୧୦% ଭୋଟ ପାଇବେ।

ଏଭଳି ସର୍ଭେ ରିପୋର୍ଟ ଯୋଜନା ପରେ ଯୋଜନା ଘୋଷଣା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତା ବଢ଼ାଇ ଦେବ ବୋଲି ରାଜନୀତିକ ବିଶ୍ଳେଷକ କହିଛନ୍ତି।



from Odisha Reporter http://bit.ly/2S3IPRj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages