ଟ୍ରକ୍ ପିଟି ଦେବା ପରେ ଘଣ୍ଟାଏ କାଳ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ଟ୍ରକ୍ ପିଟି ଦେବା ପରେ ଘଣ୍ଟାଏ କାଳ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଲେ

acc1

ପାରାଦୀପ (ରମାକାନ୍ତ ନାୟକ): ପାଞ୍ଚ ନମ୍ବର (କ) ଜାତୀୟ ରାଜପଥର ହାତୀଟାଙ୍କି ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପ ଆଡ଼କୁ ଯାଉଥିବା ଏକ ୧୪ ଚକିଆ ଟ୍ରକ୍‌ ଧକ୍କାରେ ଦୁଇ ଜଣ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

ମୃତକଙ୍କ ନାଁ ଅଞ୍ଜନ ଦାସ। ଆହତଙ୍କ ନାଁ ତପନ ସାହୁ।

ତପନଙ୍କ ଘର ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗାଁରେ ହୋଇଥିବା ବେଳେ ଅଞ୍ଜନ ଛେଡ଼କାଣୀ ଗାଁର ବାସିନ୍ଦା ଥିଲେ।

ତପନଙ୍କ ଭଳି ଅଞ୍ଜନ ବି ପାରାଦୀପର ଏକ କଂପାନୀରେ କାମ କରୁଥିଲେ। କାମ ସାରି ଘରକୁ ଫେରୁଥିବା ବେଳେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଅଞ୍ଜନଙ୍କର ଡାହାଣ ଗୋଡ଼ ପୂରା ନଷ୍ଟ ହୋଇଯାଇଥିଲା ଓ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେମାନେ ପେଟ୍ରୋଲ୍ ଟାଙ୍କିରେ ତେଲ ପକାଇ ରାସ୍ତାକୁ ବାହାରୁଥିବା ବେଳେ ଟ୍ରକ୍‌ଟି ସେମାନଙ୍କୁ ପିଟି ଦେଇଥିଲା।

ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି, ଅଞ୍ଜନ ଓ ତପନ ଘଣ୍ଟାଏ କାଳ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଲୋକେ ସେଠାରେ ରୁଣ୍ଡ ହୋଇଥିଲେ ବି ସେମାନଙ୍କୁ ହସ୍‌ପିଟାଲ୍‌ ନେଇ ନଥିଲେ। ଘଣ୍ଟାଏ ପରେ ପୁଲିସ୍ ପହଞ୍ଚି ସେମାନଙ୍କୁ ଅଠରବାଙ୍କି ଡାକ୍ତରଖାନାକୁ ନେଇଥିଲା। ସେଠାରେ ଅଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ତପନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକେ ସେଠାରେ ରାସ୍ତାରେ ଥିବା କଟ୍ ବନ୍ଦ କରିବାକୁ ଓ ହଂପ୍‌ସ ତିଆରି କରିବାକୁ ଦାବି କରିଛନ୍ତି।



from Odisha Reporter http://bit.ly/2U4tsVQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages