
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା। କଂଗ୍ରେସରୁ ଇସ୍ତଫା ଦେଲେ ଝାରସୁଗୁଡ଼ା ବିଧାୟକ ନବ ଦାସ। ସେ ପିସିସିର କାର୍ଯ୍ୟକାରୀ ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି।
ସେ ବିଜେଡିରେ ଯୋଗ ଦେବେ ବୋଲି ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ସେ ବିଜେଡିରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ଅଞ୍ଚଳବାସୀ ଚାହୁଁଥିବା ସେ ଉଲ୍ଲେଖ କରିଛନ୍ତି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କର କିଛି ଅଭିଯୋଗ ନାହିଁ ବୋଲି ସେ ଇସ୍ତଫାପତ୍ରରେ ଲଖିଛନ୍ତି।
ଜାନୁଆରୀ ୨୪ ତାରିଖରେ ନବ ଦାସ ବିଜେଡିରେ ଯୋଗ ଦେଇପାରନ୍ତି।
from Odisha Reporter http://bit.ly/2FFYaB3
No comments:
Post a Comment