ନ୍ୟାୟପାଳିକାରେ ସଙ୍କଟ:ବିବାଦ ସତ୍ତ୍ୱେ ୨ ବିଚାରପତିକୁ ପଦୋନ୍ନତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ନ୍ୟାୟପାଳିକାରେ ସଙ୍କଟ:ବିବାଦ ସତ୍ତ୍ୱେ ୨ ବିଚାରପତିକୁ ପଦୋନ୍ନତି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟପାଳିକାରେ ଏବେ ସଙ୍କଟ ଦେଖାଯାଇଛି। ସୁପ୍ରିମକୋର୍ଟ କଲେଜିୟମର ଚୟନକୁ ନେଇ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ ଓ ଆଇନ୍‌ବିଶାରଦମାନେ ପ୍ରଶ୍ନ ଉଠାଇଛନ୍ତି। ନ୍ୟାୟପାଳିକା ମଧ୍ୟରେ ଏଭଳି ବିବାଦ ଇତିହାସରେ ପ୍ରଥମ ଘଟଣା।
ସୁପ୍ରିମକୋର୍ଟର ପ୍ରଧାନ ବିଚାପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ୫ ଜଣିଆ କଲେଜିୟମ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଓ କର୍ଣ୍ଣାଟକା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀନେଶ ମାହେଶ୍ୱରୀଙ୍କୁ ପଦନ୍ନୋତି ଦେବାକୁ ସୁପାରିସ କରିବା ପରେ ଏହାକୁ ଚାରିଆଡ଼ୁ ବିରୋଧ ହୋଇଥିଲା।

କାରଣ ଏହି ଦୁଇ ବିଚାରପତିଙ୍କ ତୁଳନାରେ ଅନେକ ବରିଷ୍ଠ ବିଚାରପତି ଥିଲେ ହେଁ କଲେଜିୟମ୍‌ କାହିଁକି ସେମାନଙ୍କ ନାଁ ବିଚାରକୁ ନେଲେ ନାହିଁ, ତାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦ ସତ୍ତ୍ୱେ ଆଜି ସନ୍ଧ୍ୟାରେ ଜଷ୍ଟିସ୍‌ ଖାନ୍ନା ଓ ଜଷ୍ଟିସ୍‌ ମାହେଶ୍ୱରୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କଲେଜିୟମ ସୁପାରିସ୍‌ ଅନୁସାରେ ପଦୋନ୍ନତି ଦେଇଛନ୍ତି। ଅର୍ଥାତ ଏମାନେ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିବେ।

କଲେଜିୟମର ନିଷ୍ପତ୍ତି ଅନ୍ୟାୟ ଓ ଠିକ୍‌ ନୁହେଁ ବୋଲି ବାର କାଉନସିଲ୍‌ କହିଥିବା ବେଳେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ କୈଳାସ ଗମ୍ଭୀର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ଏହାକୁ ବିରୋଧ କରିଛନ୍ତି।

ସେପ୍ଟେମ୍ବର ମାସରେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏକେ ସିକ୍ରି, ଜଷ୍ଟିସ୍‌ ଏସ୍‌ଏ ବୋବଡ଼େ, ଏନ୍‌ ଭି ରମଣ ଓ ଜଷ୍ଟିସ୍‌ ମଦନ ବି ଲୋକୁରଙ୍କୁ ନେଇ ଗଠିତ କଲେଜିୟମ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍‌ ଓ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ପ୍ରଦୀପ ନନ୍ଦରାଯୋଗଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଦେବାକୁ ସୁପାରିସ କରିଥିଲେ।

ତେବେ ଏହି ଦୁଇ ନାଁକୁ ଜାନୁଆରୀ ମାସରେ ପରିବର୍ତ୍ତନ କରାଯାଇଥିଲା। ଏଥର କଲେଜିୟମରେ ରହିଥିବା ଜଷ୍ଟିସ୍‌ ମଦନ ବି ଲୋକୁର ଅବସର ନେଇଥିବାରୁ ଜଷ୍ଟିସ୍‌ ଅରୁଣ ମିଶ୍ର ସାମିଲ ହୋଇଥିଲେ।

ଏହି ୫ ଜଣିଆ କଲେଜିୟମ ଜଷ୍ଟିସ୍‌ ଖାନ୍ନା ଓ ଜଷ୍ଟିସ୍‌ ମାହେଶ୍ୱରରୀଙ୍କ ନାଁକୁ ସୁପାରିସ କରିଥିଲେ। ତେବେ ଏମାନଙ୍କ ତୁଳନାରେ ଅନେକ ବରିଷ୍ଠ ବିଚାରପତି ରହିଛନ୍ତି। ଏପରି କି ଏହି ଦୁଇ ବିଚାରପତିଙ୍କ ତୁଳନାରେ ଜଷ୍ଟିସ୍‌ ନନ୍ଦରାଯୋଗ ବରିଷ୍ଠତା ଭିତ୍ତିରେ ଆଗରେ ରହିଛନ୍ତି। ତେଣୁ ଏହାକୁ ସମସ୍ତେ ବିରୋଧ କରିଥିଲେ।

ଜଷ୍ଟିସ୍‌ ଏସ୍‌କେ କୌଲ ଏଭଳି ପଦୋନ୍ନତିକୁ ବିରୋଧ କରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇଙ୍କୁ ଚିଠି ଲେଖିଥିଲେ। ଏହି ଦୁଇ ବିଚାରପତିଙ୍କ ଉପରେ ବରିଷ୍ଠତା ଭିତ୍ତିରେ ସମୁଦାୟ ୩୨ ଜଣ ବିଚାରପତି ରହିଛନ୍ତି।



from Odisha Reporter http://bit.ly/2RR21BA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages