
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିରର ମହାଲକ୍ଷ୍ମୀ ନଗର ନିକଟରେ ଏକ ଗଣମାଧ୍ୟମର ଜଣେ ପ୍ରସାରଣ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଅଫିସ୍ ଆସିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି। ପୁଲିସ୍ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଭୁବନେଶ୍ୱରରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା। ଫିଲ୍ମ ହଲ୍ରେ କିଛି ପିଲାଙ୍କ ଆଚରଣକୁ ବିରୋଧ କରିବାରୁ ସେ ଆକ୍ରୋଶର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ପିଟି ରକ୍ତାକ୍ତ କରି ଦେଇଥିଲେ।
from Odisha Reporter http://bit.ly/2Seiwrw
No comments:
Post a Comment