
ନୂଆଦିଲ୍ଲୀ: ୨୦୧୭ ମସିହା ରାଜ୍ୟସଭା ନିର୍ବାଚନରେ ଅନିୟମିତତା ସମ୍ପର୍କିତ ମାମଲାର ଶୁଣାଣିର ସମ୍ମୁଖୀନ ହେବାକୁ କଂଗ୍ରେସ ସାଂସଦ ଅହମ୍ମଦ ପଟେଲ ବାଧ୍ୟ। ତାଙ୍କୁ ଗୁଜରାଟ ହାଇକୋର୍ଟରେ ଏନେଇ ରୁଜୁ ମାମଲାର ଶୁଣାଣି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ ବୋଲି ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୭ ରାଜ୍ୟସଭା ନିର୍ବାଚନରେ ଶ୍ରୀ ପଟେଲ୍ ଜିତିଥିଲେ ହେଁ ଏହା ବିରୋଧରେ ବିଜେପି ପ୍ରାର୍ଥୀ ବଲୱନ୍ତ ସିହ୍ନା ରାଜପୁତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁଜରାଟ ହାଇକୋର୍ଟ ଶ୍ରୀ ରାଜପୁତଙ୍କ ଆବେଦନକୁ ଗ୍ରହଣ କରିବାକୁ ରାଜି ହୋଇଥିଲେ ହେଁ ଏହା ବିରୋଧରେ ଶ୍ରୀ ପଟେଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
କିନ୍ତୁ ସୁପ୍ରିମକୋର୍ଟ ଶ୍ରୀ ପଟେଲ୍ଙ୍କ ଆବେଦନକୁ ଖାରଜ କରିବା ସହ ଟ୍ରାଏଲର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ମାମଲାର ଟ୍ରାଏଲ ଚାଲିବ। ଏହାପରେ ଯାଇ ଯାହା ନିଷ୍ପତ୍ତି ହେବ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଏସ୍କେ କୌଲଙ୍କ ଖଣ୍ତପୀଠ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter http://bit.ly/2GSVr9k
No comments:
Post a Comment