ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ଜାକୁତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ଜାକୁତି’

ଆବଶ୍ୟକ ସାମଗ୍ରୀ: ଚିକେନ୍, ପିଆଜ, ତେଲ, ଅଦା କୋରା, ରସୁଣ କୋରା, ନଡ଼ିଆ କୋରା, ଶୁଖଲା ଲଙ୍କା, ପୋସ୍ତକ, ହଳଦି, ଧନିଆ, ଗୋଲମରିଚ, ପାନମଧୁରୀ, ମେଥି, ଜାଇଫଳ ଗୁଣ୍ଡ, ଅଳେଇଚ, ଡାଲଚିନି, ତେନ୍ତୁଳି ମଣ୍ଡ, ଧନିଆ ପତ୍ର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଛୋଟ ପିସ୍ କରି କାଟନ୍ତୁ। ପିଆଜକୁ ମଧ୍ୟ ଚୁନା ଚୁନା କାଟନ୍ତୁ। ଏବେ କଡେଇରେ ପୋସ୍ତକ, ଧନିଆ, ଗୋଲମରିଚ, ଲଙ୍କା, ପାନମଧୁରୀ, ମେଥି, ଜାଇଫଳ, ଗୁଜୁରାତି, ଡାଲଚିନିକୁ ଅଲଗା ଭାଜି ମସଲାଗୁଣ୍ଡ କରି ରଖି ଦିଅନ୍ତୁ। ସେହିପରି ଅଦା, ରସୁଣ ଓ ନଡ଼ିଆକୁ ଭାଜି ଗ୍ରାଇଣ୍ଡିଂ କରି ରଖନ୍ତୁ। ଏବେ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲେ ସେଥିରେ ପିଆଜ ପକାଇ ଲାଲ୍ କରି ଭାଜନ୍ତୁ। ପିଆଜ ଲାଲ ହୋଇଗଲେ ସେଥିରେ ବଟା ମସଲା ପକାଇ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଦେଇ ରାନ୍ଧନ୍ତୁ। ପରେ ଚିକେନ ଓ ଦରକୁଟା ମସଲା ପକାଇ କମ୍ ଆଞ୍ଚରେ ସିଝିବା ଯାଏଁ ରାନ୍ଧନ୍ତୁ। ମାଂସ ସିଝିଗଲା ପରେ ଅଳ୍ପ ପାଣି ଦେଇ ଫୁଟାନ୍ତୁ। ଶେଷରେ ତେନ୍ତୁଳି ରସ ଓ ଲୁଣ ପକାଇ ଝୋଳ ମରିବା ଯାଏ ଛାଡ଼ିଦିଅନ୍ତୁ। ଏହାପରେ ପ୍ଲେଟକୁ କାଢ଼ି ସେଥିରେ ଧଣିଆପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚିକେନ ଜାକୁତି।



from Odisha Reporter http://bit.ly/2TJv2ww

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages