ସରିଲା ବିରାଟ୍‌ଙ୍କ ନ୍ୟୁଜିଲ୍ୟାଣ୍ଡ ଗସ୍ତ, ପାଣ୍ଡ୍ୟାଙ୍କ ସମ୍ପର୍କରେ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ସରିଲା ବିରାଟ୍‌ଙ୍କ ନ୍ୟୁଜିଲ୍ୟାଣ୍ଡ ଗସ୍ତ, ପାଣ୍ଡ୍ୟାଙ୍କ ସମ୍ପର୍କରେ କହିଲେ ଏମିତି କଥା

ମାଉଣ୍ଟ ମାଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଦିନିକିଆ ସିରିଜ୍‌କୁ ଟିମ୍‌ ଇଣ୍ଡିଆ ଆଗୁଆ ୩-୦ରେ ଜିତି ନେଇଛି। ଆଜି ତୃତୀୟ ଦିନିକିଆକୁ ବିରାଟ୍‌ ଆଣ୍ଡ କୋ ୭ ଓଭର୍‌ ପୂର୍ବରୁ ୭ ୱିକେଟ୍‌ରେ ଜିତିବା ସହ ସିରିଜ୍‌ କବଜା କରିଛି।

ଏହି ମ୍ୟାଚ୍‌ ସହ ଅଧିନାୟକ ବିରାଟ୍‌ କୋହଲିଙ୍କ ନ୍ୟୁଜିଲ୍ୟାଣ୍ଡ ଗସ୍ତ ମଧ୍ୟ ଶେଷ ହୋଇଯାଇଛି। ତାଙ୍କୁ ବିସିସିଆଇ ବିଶ୍ରାମ ଦେବାକୁ ଚାହୁଁଥିବାରୁ ସେ ଦିନିକିଆ ସିରିଜ୍‌ର ଅବଶିଷ୍ଟ ୨ଟି ମ୍ୟାଚ୍‌ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଖେଳିବେ ନାହିଁ।

ତେବେ ୩ୟ ଦିନିକିଆରେ ଟିମ୍‌କୁ କମ୍‌ବ୍ୟାକ୍‌ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାଚ୍‌ ପରେ ବିରାଟ୍‌ ପ୍ରଶଂସା କରିବାକୁ ଭୁଲି ନାହାନ୍ତି। ପାଣ୍ଡ୍ୟା ଆସିବା ଯୋଗୁ ଦଳରେ ସନ୍ତୁଳନ ଠିକ୍‌ ଭାବେରେ ଦେଖିବାକୁ ମିଳିଛି। ଆଜି ପାଣ୍ଡ୍ୟା ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।

ସେ ଫିଲ୍ଡିଂରେ ଦଳ ପାଇଁ ଏକାଧିକ ରନ୍‌ ବଞ୍ଚାଇବା ସହ ଏକ ସୁନ୍ଦର କ୍ୟାଚ୍‌ ଧରିଛନ୍ତି। ସେହିପରି ବୋଲିଂରେ ମଧ୍ୟ ୨ଟି ୱିକେଟ୍‌ ନେଇଥିଲେ। ଯାହା ନିଶ୍ଚିତ ଏକ ଟିମ୍‌ ପାଇଁ ଭଲ ଖବର।”

ଯୁବ ତାରକା ଶୁଭମନ ଗିଲ୍‌ ଓ ବିଜୟ ଶଙ୍କରଙ୍କ ସମ୍ପର୍କରେ ମତଦେଇ ବିରାଟ୍‌ କହିଛନ୍ତି, “ପ୍ରତିଭାବାନ ଯୁବ ଖେଳାଳିମାନେ ଏବେ ଦଳକୁ ଆସୁଛନ୍ତି। ଏଥିପାଇଁ ମୁଁ ବେଶ ଉତ୍ସାହିତ ହୋଇପଡ଼ିଛି। ୧୯ ବର୍ଷ ବୟସରେ ଗିଲଙ୍କ ପାଖରେ ଯେଉଁ ଟାଲେଣ୍ଟ ଓ ଜୋଶ ରହିଛି, ବୋଧେ ଏହାର ୧୯% ପ୍ରତିଭା ମୋ ପାଖରେ ୧୯ ବର୍ଷ ବୟସରେ ନଥିଲା।”

ଟିମ୍‌ ଇଣ୍ଡିଆ ପ୍ରଥମ ଦିନିକିଆକୁ ୮ଟି ୱିକେଟ୍‌ରେ ଜିତିଥିବା ବେଳେ ଦ୍ୱିତୀୟ ଦିନିକିଆକୁ ୯୦ ରନ୍‌ରେ କବଜା କରିଥିଲା। ଏବେ ୪ର୍ଥ ଦିନିକିଆ ଗୁରୁବାର ହାମିଲଟନ୍‌ରେ ଖେଳାଯିବ।



from Odisha Reporter http://bit.ly/2DDsXwR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages