ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

Rahul Gandhi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବେ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧି। ଦଳର ମଙ୍ଗ ଧରିବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସୁଥିବା ରାହୁଲ୍, ଭୁବନେଶ୍ୱର ତମାଣ୍ଡୋରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ। ରାହୁଲଙ୍କୁ ସ୍ୱାଗତ କରିବାକୁ ଜୋରଦାର ପ୍ରସ୍ତୁତି କରିଛି ରାଜ୍ୟ କଂଗ୍ରେସ।

ମଞ୍ଚଠୁ ଆରମ୍ଭ କରି ପଡ଼ିଆ, କଂଗ୍ରେସ ଭବନ ସବୁଠି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାହୁଲ୍ କି ବାର୍ତ୍ତା ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଦଳରେ ବିଶୃଙ୍ଖଳାକାରୀଙ୍କ ଉପରେ କିଛି ଟିପ୍ପଣୀ ଦେବେ କି? ଚର୍ଚ୍ଚାର ପରିସରରେ ଥିବା କୃଷିଋଣ ଛାଡ଼, ବେକାରୀ ସମସ୍ୟା, ଓଡ଼ିଶାର ଦାଦନ ସମସ୍ୟା କଥା ଉଠାଇ ପାରନ୍ତି ରାହୁଲ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନବୀନ ସରକାର ସଂପର୍କରେ କିଭଳି ରହିବ ରାହୁଲଙ୍କ ଆଭିମୁଖ୍ୟ ତା ଉପରେ ସମସ୍ତଙ୍କ ନଜର ରହିଛି।

ପ୍ରଦେଶ କଂଗ୍ରେସ ବାରମ୍ବାର ବିଜେଡି-ବିଜେପି ଭିତିରି ସଂପର୍କ କଥା କହୁଥିବା ବେଳେ ରାହୁଲ୍ ଏ ଦିଗରେ କ’ଣ କହିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିନ ୧୦ଟା ୪୫ରେ ରାହୁଲ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ମୋଟର ସାଇକେଲ୍ ରାଲିରେ ତାଙ୍କୁ ପାଛୋଟି ନିଆଯିବ। ପ୍ରଥମେ ସେ ହୋଟେଲ୍ ମେଫେୟାରରେ ସମାଜର ଟାଉନହଲ୍ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କରିବେ। ଅପରାହ୍ନରେ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ସାଧାରଣ ସଭାକୁ ସମ୍ବୋଧନ କରିବେ। ଏହାପରେ ପିସିସି ମୁଖ୍ୟାଳୟଠାରେ ସେ ହାଲ୍ ଓ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ ସହ ସାକ୍ଷାତ କରିବା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter http://bit.ly/2RazKBC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages