ବାୟୁସେନାର ଜାଗୁଆର୍ ବିମାନ ଦୁର୍ଘଟଣାଗ୍ରସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ବାୟୁସେନାର ଜାଗୁଆର୍ ବିମାନ ଦୁର୍ଘଟଣାଗ୍ରସ୍ତ

jaguar

ଗୋରଖପୁର: ଉତ୍ତରପ୍ରଦେଶର କୁଶିନଗରରେ ଆଜି ବାୟୁସେନାର ଏକ ଜାଗୁଆର୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଆରମ୍ଭର କିଛି ସମୟ ପରେ ବିମାନଟି ଦୁର୍ଘଟଣାର ଶିକାର ହୋଇ କୁଶିନଗର ଅଞ୍ଚଳର ଚାଷ ଜମିରେ ପଡ଼ିଛି।

ଏହି ଦୁର୍ଘଟଣାରେ ପାଇଲଟ୍‌ଙ୍କ କୌଣସି କ୍ଷତି ହୋଇନାହିଁ। ଦୁର୍ଘଟଣାର କିଛି ସମୟ ପୂର୍ବରୁ ପାଇଲଟ୍‌ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିଲେ। ତେବେ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବିମାନଟି ଜନବସତି ଉପରେ ନପଡ଼ି, ଖାଲି ସ୍ଥାନରେ ପଡ଼ିଥିଲା। ଯାହାଦ୍ୱାରା କୌଣସି ଧନଜୀବନ ହାନି ହୋଇନାହିଁ।

ଗୋରଖପୁର ଏୟାରବେସ୍‌ରୁ ବିମାନଟି ଉଡ଼ାଣ କରିଥିଲା। ଦୁର୍ଘଟଣା ପରେ ବାୟୁସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଦୁଇଟି ହେଲିକପ୍ଟର ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛନ୍ତି।

ବିମାନଟି ଟ୍ରେନିଂ ପାଇଁ ରୁଟିନ୍‌ ଉଡ଼ାଣ ଭରିଥିଲା। ହେଲେ ୧୦ରୁ ୧୫ ମିନିଟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଗତବର୍ଷ ଜୁନ୍‌ରେ ଗୁଜରାଟର କଚ୍ଛ ଅଞ୍ଚଳରେ ଜାଗୁଆର୍ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ପାଇଲଟ୍‌ ସଞ୍ଜୟ ଚୌହାନ ସହିଦ ହୋଇଥିଲେ।



from Odisha Reporter http://bit.ly/2UoshB8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages